ରାୟଗଡ଼ା ଗୋପବନ୍ଧୁ ମୁନିସିପାଲିଟି ହାଇସ୍କୁଲ ପରିସରରେ ମାନବ ଅଧିକାର ଦିବସ ପାଳିତ

0
332
ରାୟଗଡ଼ା ଗୋପବନ୍ଧୁ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୦/୧୨) : ଶନିବାର ଦିନ ଘ.୧୦.୦୦ ମି ରେ ରାୟଗଡ଼ା ଗୋପବନ୍ଧୁ ମୁନିସିପାଲିଟି ହାଇସ୍କୁଲ ପରିସରରେ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି ।WhatsApp Image 2022 12 10 at 15.26.14 1 ରାୟଗଡ଼ା ଗୋପବନ୍ଧୁ ମୁନିସିପାଲିଟି ହାଇସ୍କୁଲ ପରିସରରେ ମାନବ ଅଧିକାର ଦିବସ ପାଳିତ

ରାୟଗଡ଼ା ଗୋପବନ୍ଧୁ ମୁନିସିପାଲିଟି ହାଇସ୍କୁଲ ପରିସରରେ ମାନବ ଅଧିକାର ଦିବସ ପାଳିତ । ଏହି କାର୍ଯ୍ୟକ୍ରମ ରେ ରାୟଗଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ରୀନା ଚୌଧୁରୀ ଅଧ୍ୟକ୍ଷତା କରିଥିଲେ । ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା, ରେଜିଷ୍ଟ୍ରାର ଶ୍ରୀ ଦେବିଜ୍ୟୋତି ମହାପାତ୍ର, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ସୋମ୍ୟରୂପ ସାହୁ ଙ୍କ ସମେତ ଗୋପବନ୍ଧୁ ମୁନିସିପାଲିଟି ହାଇସ୍କୁଲ ର ପ୍ରଧାନ ଶିକ୍ଷକ, ଅନ୍ୟ ଶିକ୍ଷକ ବୃନ୍ଦ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।

ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ରୀନା ଚୌଧୁରୀ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଉତ୍ପତି ଓ ତାର ମହତ୍ୱ ବିଷୟରେ ଧାରଣା ଦେବା ସଙ୍ଗେ ସଙ୍ଗେ ମାଗଣା ଆଇନ୍ ସେବା ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ମାନଙ୍କ ବିଷୟରେ ସୂଚନା ଦେଇଥିଲେ ।ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତି ନିବେଦିତା ପଣ୍ଡା ନିଜର ଅଭିଭାଷଣରେ ସମ୍ବିଧାନର ବିଭିନ୍ନ ଧାରା ରେ ବର୍ଣ୍ଣିତଥିବା ମାନବ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିବା ସଙ୍ଗେସଙ୍ଗେ ଉପସ୍ଥିତ ଛାତ୍ରଛାତ୍ରୀ ମାନେ ନିଜ ଭିତରେ ଲୁକ୍କାୟିତ ଥିବା ପ୍ରତିଭାର ଅନ୍ବେଶଣ କରି ତାର ପରିପ୍ରକାଶ କରିପାରିଲେ ଏକ ଆଦର୍ଶ ସମାଜ ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।

ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ମାନବ ଅଧିକାର ଦିବସ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ପରିଶେଷରେ ପିଲା ମାନଙ୍କ ମଧ୍ୟରେ ରଚନା ଓ ବକୃତା ପ୍ରତିଯୋଗିତା କରାଯାଇଥିଲା । ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପିଲା ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ସର୍ବୋପରି ଏହି କାର୍ଯ୍ୟକ୍ରମରେ ଗୋପବନ୍ଧୁ ମୁନିସିପାଲିଟି ହାଇସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଛି ।