୨୫ ତାରିଖରୁ ମଣ୍ଡି ଆରମ୍ଭ ନେଇ ଉପଜିଲ୍ଲାପାଳ ଙ୍କ ସମୀକ୍ଷା

0
110
ଉପଜିଲ୍ଲାପାଳ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୧୮/୧୧) : ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକରେ ଆସନ୍ତା ୨୫ ତାରିଖରୁ ଧାନ ମଣ୍ଡି ଖୋଲିବ ।

ସେଥିପାଇଁ ଆଜି ଟିଟିଲାଗଡ଼ ଉପଜିଲ୍ଲାପାଳ ସତ୍ୟବାନ ମନୋଜ ମହାଜନ ବ୍ଲକର ଭନ୍ଦ୍ରା, ଘୁନସର ଓ ଡୁଙ୍ଗୁରିପାଲି ଭଳି ଅନେକ ସମବାୟ ସମିତି ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହା ସହ ସମବାୟ ସମ୍ପାଦକଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ସମୟରେ ଭନ୍ଦ୍ରା ସମବାୟ ସମିତି ସମ୍ପାଦକ ଦିଙ୍ଗାମ୍ବର ସାହୁ, ଘୁନସର ସମବାୟ ସମ୍ପାଦକ ମନୋଜ ସାହୁ, ଘୁନସର ସମବାୟ ସମିତି ସଭାପତି ଭୌରବ ସାହୁ, ଶିବ ବେହେରା, ସୁନୀଲ ଗହୀର, ବିବ୍ରୁ ବେହେରା, ଚମ୍ପୁ ସେଠ ଓ ସମିତି ସଭ୍ୟ ବାଞ୍ଛାନିଧି ବୁଡ଼େକ ଉପସ୍ଥିତ ଥିଲେ ।