ରାଷ୍ଟ୍ରପତିଙ୍କୁ ଅଶାଳୀନ ମନ୍ତବ୍ୟକୁ ନେଇ ଥାନାରେ ଏତଲା

0
288
ରାଷ୍ଟ୍ରପତିଙ୍କୁ ଅଶାଳୀନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୮/୧୧) : ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥିତ ଶବର ସାଂସ୍କୃତିକ ସଂଘ ତରଫରୁ ଗୁଣପୁର ଆଦର୍ଶ ଥାନାରେ ତୃଣମୂଳ କଂଗ୍ରେସର ମନ୍ତ୍ରୀ ଅଖିଳ ଗିରିଙ୍କ ଗିରଫ ଦାବିରେ ରାଷ୍ଟ୍ରପତିଙ୍କୁ ଅଶାଳୀନ ମନ୍ତବ୍ୟକୁ ନେଇ ଥାନାରେ ଏକ ଏତଲା ଦାଏର କରାଯାଇଛି ।WhatsApp Image 2022 11 18 at 19.44.54 1 ରାଷ୍ଟ୍ରପତିଙ୍କୁ ଅଶାଳୀନ ମନ୍ତବ୍ୟକୁ ନେଇ ଥାନାରେ ଏତଲା

ରାଷ୍ଟ୍ରପତିଙ୍କୁ ଅଶାଳୀନ ମନ୍ତବ୍ୟକୁ ନେଇ ଥାନାରେ ଏତଲା । ଚଳିତ ମାସ ୧୧ ତାରିଖରେ ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଠାରେ ଏକ ସଭାରେ ତୃଣମୂଳ କଂଗ୍ରେସର ମନ୍ତ୍ରୀ ଅଖିଳ ଗିରି, ଭାରତର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦୈ।ପଦୀ ମୁର୍ମୁଙ୍କ ବିରୁଦ୍ଧରେ ଅଶାଳୀନ ମନ୍ତବ୍ୟ ଦେଇ ଭାଷଣ ଦେଇଥିଲେ ଏହାର ପ୍ରତିବାଦରେ ସାରା ଦେଶରେ ବିଭିନ୍ନ ଥାନାରେ ମକଦ୍ଦମା ରୁଜ୍ଜୁ କରାଯାଇଛି । ପୂର୍ବରୁ ମଧ୍ୟ ମମତା ବାନାର୍ଜୀ ସରକାରଙ୍କ ମନ୍ତ୍ରୀ କୁନାଲ ଘୋଷ ଏଭଳି ଅଶାଳୀନ ମନ୍ତବ୍ୟ ଦେଇ ହଟହଟାର ଶିକାର ହୋଇ ସର୍ବ ସାଧାରଣରେ କ୍ଷମା ପ୍ରାର୍ଥନା କରିଥିଲେ ।

ଏଭଳି ବାରମ୍ବାର ହେଉଥିବାରୁ ମନ୍ତ୍ରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି । ମନ୍ତ୍ରୀ ମଣ୍ଡଳର ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଏଭଳି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ ବୋଲି ସାରା ଦେଶରେ ଗିରିଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ସହ ଗିରଫ କରିବାକୁ ଦାବି ଯୋର ଧରିଛି ।

ଆଜି ଶବର ସାଂସ୍କୃତିକ ସଂଘର ସଭାପତି ଚକ୍ରପାଣି ଶବର, ବିଦ୍ୟାଧର ଶବର, ଆରସୀ ଶବର, ଜଗଦୀଶ ଗମାଙ୍ଗ, ସନ୍ୟାସୀ ଶବର, ସାମୁଏଲ ମଣ୍ଡଳ, କାଳିଆ ଶବର, ବିଶ୍ଵନାଥ ଶବର, ଭକ୍ତ ଶବର, ଧନଞ୍ଜୟ ଶବର, ରାମଚନ୍ଦ୍ର ଶବର, ତ୍ରୀନାଥ ଦଳବେହେରା ପ୍ରମୁଖ ଉପସ୍ଥିତିରେ ଗୁଣପୁର ଆଦର୍ଶ ଥାନାରେ ଏତଲା ପ୍ରଦାନ କରାଯାଇଛି ।