ଲାଞ୍ଚ ନେବାବେଳେ ଭିଜିଲାସନ୍ସ ହାତରେ ଧରା ପଡି ଗିରଫ ହେଲେ ଲାଇନମ୍ୟାନ

0
106
ଲାଞ୍ଚ

ରିପୋର୍ଟ : ଜଗଦୀଶ ଦାଶ
କନ୍ଧମାଳ, (୧୮/୧୧) : ଟିକବାଲି ବ୍ଳକ ଅନ୍ତର୍ଗତ ଛତିଝର ଗ୍ରାମରୁ ଟିପିଏସଓଡିଏଲ ଲାଇନମ୍ୟାନ କାଳୁ ଚରଣ ପଲାଇ ଲାଞ୍ଚ ନେବାବେଳେ ଭିଜିଲାସନ୍ସ ହାତରେ ଧରାପଡି ଗିରଫ ହୋଇଥିବା ଜଣାପଡିଛି ।

ବିବରଣୀରୁ ପ୍ରକାଶ ଯେ ଛତିଝର ଗ୍ରାମର ରିଙ୍କୁ ଭୂକ୍ତା ନିଜ କିରାଣା ଦୋକାନ ପାଇଁ ବିଦ୍ୟୁତ ସଂଯୋଗ ନିମନ୍ତେ ଆବେଦନ କରିଥିବା ବେଳେ ଆଜି ଅପରାହ୍ନରେ ବିଦ୍ୟୁତ ସଂଯୋଗ କରାଇଦେବା ନେଇ ଲାଇନମ୍ୟାନ କାଳୁ ଚରଣ ପଲାଇ ରିଙ୍କୁଙ୍କ କିରାନା ଦୋକାନକୁ ଆସି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଫୁଲବାଣୀ ଭିଜିଲାନ୍ସ ଟିମ ମାଡି ବସିଥିଲେ ।

ଭିଜିଲାସନ୍ସ ଟିମ କାଳୁଙ୍କୁ ଗିରଫ କରି ସଙ୍ଗେସଙ୍ଗେ ଫୁଲବାଣୀ କାର୍ଯ୍ୟାଳୟକୁ ନେଇ କେସ ନଂ ୨୫ ତାରିଖ ୧୮.୧୧.୨୨ ଧାରା U/S ୭ PC ଆମଣ୍ଡମେଣ୍ଟ ଆକ୍ଟ ୨୦୧୮ ଅନୁଯାୟୀ ଗିରଫ କରି ଏହି ଲାଞ୍ଚ କାରବାର ସହ ଆଉ କାହାର ହାତ ଅଛି ସେନେଇ ଭିଜିଲାସନ୍ସ ଟିମ ତଦନ୍ତ ଜାରୀ ରଖିଥିବା ଜଣାପଡିଛି ।