ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ଶୀଘ୍ର ନିର୍ମାଣ କରିବାକୁ ତେଜିଲା ଆନ୍ଦୋଳନ

0
154
ଖୋର୍ଦ୍ଧା - ବଲାଙ୍ଗୀର ରେଳପଥ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୫/୧୦) : ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ତ ଆଗକୁ ବଢ଼ୁ ନାହିଁ ହେଲେ ବିବାଦ ଆଗକୁ ଆଗକୁ ବଢ଼ିବାରେ ଲାଗିଲାଣି । ବୌଦ୍ଧ ଜିଲ୍ଲା ସହିତ ସୋନପୁର ଏବଂ ବଲାଙ୍ଗୀର ଜିଲ୍ଲା ଏବେ ଏହି ପ୍ରକଳ୍ପ କୁ ତ୍ୱରାନ୍ୱିତ କରିବା ଦିଗରେ ଆରମ୍ଭ କରିଛନ୍ତି ମିଳିତ ଆନ୍ଦୋଳନ

ଏ ନେଇ ଆଜି ବୌଦ୍ଧ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛି ମିଳିତ ସଂଘର୍ଷ ସମିତି । ତେବେ ୧୯୯୫ ମସିହା ଠାରୁ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାରେ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନାହିଁ ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ସେପଟେ ଜଙ୍ଗଲ ଜମି ହେଉ କିମ୍ବା ବଜେଟ ଆସିବାରେ ବିଳମ୍ବ ହେଉ ସବୁଠି ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ପ୍ରକଳ୍ପ କୁ ନେଇ ବୈମାତୃକ ମନୋଭାବ ଦେଖାଯାଉଥିବା ଅଭିଯୋଗ କରି ଏବେ ଏକତ୍ର ଭାବରେ ବୌଦ୍ଧ, ସୋନପୁର ଓ ବଲାଙ୍ଗୀର ଜିଲ୍ଲା ଆନ୍ଦୋଳନ କରିବା ନେଇ ବିଗତ ଦିନରେ ବୈଠକ ହୋଇଥିଲା ତେବେ ଆଜି ଏହି ଆନ୍ଦୋଳନ କୁ ଆରମ୍ଭ କରିଛି ମିଳିତ ସମିତି । ତେବେ ତିନି ଜିଲ୍ଲା ମିଳିତ ଭାବରେ ଏ ପ୍ରକଳ୍ପ କାର୍ଯ୍ୟ ପୂରଣ ନ ହେବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ବୋଲି କହିବା ସହ ଏଥିରେ ସମଗ୍ର ଜିଲ୍ଲା ବିଭିନ ସଙ୍ଗଠନ ଙ୍କ ସମେତ ବିଜେପି ଓ କଂଗ୍ରେସ ମଧ୍ୟ ସମର୍ଥନ ଦେଇଛି ।