
ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୩/୧୧) : ସ୍କୁଲ୍ ରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ପାଇଁ ରଖାଯାଇଥିବା ଚାଉଳ କୁ ଚୋରି ଘଟଣାର ପର୍ଦାଫାଶ କରିଛି ବାଉଁସୁଣୀ ପୋଲିସ ।
ଘଟଣା ଅନୁଯାଇ ବୌଦ୍ଧ ଜିଲ୍ଲା ସଦର ବ୍ଲକ ତେଲିବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କମ୍ପରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଚାଉଳ ଚୋରୀ ଅଭିଯୋଗରେ ଜଣେ ଗିରଫ । ଉକ୍ତ ସ୍କୁଲ୍ ର ଗୋଦାମ୍ ଗୃହର ତାଲା ଭାଙ୍ଗି ଛାତ୍ରଛାତ୍ରୀ ଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ଚୋରୀ ହୋଇଥିବା ନେଇ ଆଜି ସକାଳୁ ୯:୩୦ ମିନିଟ୍ ରେ ବିଦ୍ୟାଳୟ ଖୋଲିବା ପରେ ଶିକ୍ଷକମାନେ ଜାଣିବାକୁ ପାଇଥିଲେ । ବିଦ୍ୟାଳୟ ପ୍ରଧାନଶିକ୍ଷକ ଛୁଟିରେ ଥିବାରୁ ଉପସ୍ଥିତ ଥିବା ଶିକ୍ଷକ ବାଉଁଶୁଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଖବରକୁ ଆଧାର କରି ବାଉଁଶୁଣି ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ବେଳେ ଚୋରୀ ଚାଉଳ ସବୁ ସାହାଜପାଲ୍ ସ୍ଥିତ ପ୍ରେମାନନ୍ଦ ମେହେର କିଣିଥିବା ନେଇ କୌଣସି ବିଶ୍ଵସ୍ତ ସୂତ୍ରରୁ ପୋଲିସ୍ ଖବରପାଇବ ଚାଉଳ ଗୋଦାମରେ ଚଢାଉ କରିଥିଲା । ଚଢାଉ ରେ ବିଦ୍ୟାଳୟର ଷ୍ଟିକର୍ ଲାଗିଥିବା ଅଖାବସ୍ତା ଦେଖିବାକୁ ପାଇବା ପରେ ଚୋରୀ ଚାଉଳ କିଣିଥିବା ନେଇ ୮ ବସ୍ତା ଚାଉଳ ଜବତ୍ କରିବା ସହ ଦୋକାନ ମାଲିକ ପ୍ରେମାନନ୍ଦ ମେହେରଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରିରହିଛି । ଏହି ଚୋରୀରେ ସମ୍ପୃକ୍ତ ଥିବା ଅନ୍ୟ ମାନଙ୍କ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ବାଉଁଶୁଣି ଥାନା ଅଧିକାରୀ ସସ୍ମିତା ମଗର ସୁଚନା ଦେଇଛନ୍ତି ।