୨୦ ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ (ତିଲେଶ୍ୱର କପ) ୨୦୨୨ ପାଇଁ ତାରିଖ ଧାର୍ଯ୍ୟ

0
107
୨୦ ତମ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୪/୧୧) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବହୁ ପ୍ରତିକ୍ଷୀତ ୨୦ ତମ “ତିଲେଶ୍ୱର କପ” ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୨ ପାଇଁ ଆଜି ତାରିଖ ଧର୍ଯ୍ୟ ହୋଇଛି ।

ତିଲେଶ୍ୱର ଫ୍ରେଣ୍ଡ ଆସୋସିଏସନ ଦ୍ୱାରା ଆୟୋଜିତ ହେବାକୁ ଥିବା ୨୦ ତମ ରାଜ୍ୟ ସ୍ତରୀୟ ଖେଳ ପାଇଁ ତିଲେଶ୍ୱର ସରପଞ୍ଚ ଶ୍ରୀମତୀ ଝୁନୁ ବେହେରା ଙ୍କ ଅଧ୍ୟକ୍ଷତା ଏବଂ ଉପଦେଷ୍ଟା ବିଶ୍ୱଜିତ ପ୍ରଧାନ (ବିତୁ )ଙ୍କ ଉପସ୍ଥିତି ରେ ଆସନ୍ତା ଡ଼ିସେମ୍ବର ମାସ ୨୨ ତାରିଖ ରୁ ୨୮ ତାରିଖ ପର୍ଯ୍ୟନ୍ତ ଖେଳ ଚାଲୁ ରହିବା ପାଇଁ ଚୂଡାନ୍ତ ନିଷ୍ପତି ନିଆଯାଇଛି । ଉକ୍ତ ଚୂଡାନ୍ତ ବୈଠକ ରେ କାର୍ଯ୍ୟକାରୀ ସଭାପତି ସୁଶୀଲ କୁମାର ଦେହୁରୀ, ସାଧାରଣ ସମ୍ପାଦକ ରମେଶ କୁମାର ସାମଲ, ସାଙ୍ଗଠନିକ ସମ୍ପାଦକ ପ୍ରସନ୍ନ ଭୋକ୍ତା, ସମ୍ପାଦକ ଅର୍ଜୁନ ପ୍ରଧାନ, ଯୁଗ୍ମ ସଂଯୋଜକ -ସୁଜ୍ଞlନ କର୍ଣ୍ଣ, କୋଷାଧକ୍ଷ ନିକୁଞ୍ଜ କୁମାର ବେହେରା, ସଭ୍ୟ ସଞ୍ଜୟ ବେହେରା ଓ ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।