ଓ. ଜେ. ୟୁ. ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ଦାବୀପତ୍ର ପ୍ରଦାନ

0
130
ଓ. ଜେ. ୟୁ. ପକ୍ଷରୁ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୫/୧୧) : ସୁବର୍ଣ୍ଣପୁର ଜିଲ୍ଲା ଓ. ଜେ. ୟୁ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦଶ ଦଫା ସମ୍ମିଳିତ ଏକ ଦାବୀ ପତ୍ର ଜିଲ୍ଲାପାଳ ଙ୍କ ଜରିଆରେ ପ୍ରଦାନ କରାଯାଇଛି ।WhatsApp Image 2022 11 25 at 21.00.08 1 ଓ. ଜେ. ୟୁ. ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ଦାବୀପତ୍ର ପ୍ରଦାନ

ଓ. ଜେ. ୟୁ. ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ଦାବୀପତ୍ର ପ୍ରଦାନ । ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ ଙ୍କୁ ଏହି ଦାବୀପତ୍ର ପ୍ରଦାନ କରାଯାଇ ଜିଲ୍ଲା ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଗଲା । ଉକ୍ତ ଦାବୀ ମାନଙ୍କ ମଧ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ସ୍ୱାସ୍ଥ୍ୟବୀମା ପାଞ୍ଚ ଲକ୍ଷ ଟଙ୍କା କୁ ବୃଦ୍ଧି, ସାମ୍ବାଦିକ ଙ୍କ ମୁତ୍ୟୁ କାଳୀନ ଆର୍ଥିକ ସହାୟତା ଦଶ ଲକ୍ଷ ଟଙ୍କା କୁ ବୃଦ୍ଧି ପାଇଁ ଦାବୀ କରାଯାଇଛି ।

ସାମ୍ବାଦିକମାନେ କାର୍ଯ୍ୟ କରିବାପାଇଁ ଏକ ଆଦର୍ଶ ମାର୍ଗଦର୍ଶିକା କାର୍ଯ୍ୟାବଳୀ (ଏସ. ଓ. ପି) ପ୍ରଣୟନ, ଅବସର କାଳୀନ ଭତ୍ତାପ୍ରଦାନ, ବ୍ୟାଙ୍କ ଋଣ ରେ ସରଳୀ କରଣ ଓ ସ୍ୱତନ୍ତ୍ର ସୁବିଧା ପ୍ରଦାନ, ଜିଲ୍ଲା, ବ୍ଲକ, ଉପଖଣ୍ଡ ସାମ୍ବାଦିକ ମାନଙ୍କ ପାଇଁ ଏକ୍ରିଡେସନ ନୀତି ରେ ସରଳୀ କରଣ, ସାମ୍ବାଦିକ ମାନଙ୍କ ପାଇଁ ପ୍ରେସ କଲୋନୀ ପ୍ରତିଷ୍ଠା, ସରକାରୀ ବିଜ୍ଞ୍ୟାପନରୁ ଦୁଇ ପ୍ରତିଶତ ରାଶି କୁ ସାମ୍ବାଦିକ କଲ୍ୟାଣ ପାଣ୍ଠି ରେ ବ୍ୟବହାର କରାଯିବାକୁ ଓ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବା ପ୍ରମୁଖ ଦାବୀ ଏହି ସ୍ମାରକ ପତ୍ର ରେ ଉଲ୍ଲେଖ କରାଯାଇଛି ।

ଆଜିର ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଙ୍ଗଠନ ସମ୍ପାଦକ ରାଜ କିଶୋର ତ୍ରିପାଠୀ, ଜିଲ୍ଲା ସଂଘ ଉପଦେଷ୍ଟା ଦିଲ୍ଲୀପ ପାତ୍ର, ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀ, ଉପ ସଭାପତି ବିବେକାନନ୍ଦ ମିଶ୍ର, ସମ୍ପାଦକ ମହାଦେବ ମଲ୍ଲିକ, ଜିଲ୍ଲା ର ବୟୋଜ୍ୟୋଷ୍ଠ ତଥା ପେନସନ ଭୋକ୍ତା ସାମ୍ବାଦିକ ବିନୟ ରଞ୍ଜନ ପ୍ରାଧାନ, ଆର୍ତ୍ତ ତ୍ରାଣ ପାଣିଗ୍ରାହୀ, ଉଗ୍ରେସନ କର୍ମୀ, ରଞ୍ଜନ ହୋତା, ଯୁଧିଷ୍ଠିର ସାହୁ ପ୍ରମୁଖ ଅନେକ ସଭ୍ୟ ସାମିଲ ଥିଲେ ।