ଜିଆଇଇଟି ବିଶ୍ୱବିଦ୍ୟାଳୟ ଅନ୍ତର୍ଜାତୀୟ ମହିଳା ‌ହିଂସା ଦୂରୀକରଣ ଦିବସ ଅନୁଷ୍ଠିତ

0
121
ଜିଆଇଇଟି ବିଶ୍ୱବିଦ୍ୟାଳୟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୫/୧୧) : ଆଜି ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଅନ୍ତର୍ଜାତୀୟ ମହିଳା ‌ ହିଂସା ଦୂରୀକରଣ ଦିବସ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 11 25 at 18.39.20 ଜିଆଇଇଟି ବିଶ୍ୱବିଦ୍ୟାଳୟ ଅନ୍ତର୍ଜାତୀୟ ମହିଳା ‌ହିଂସା ଦୂରୀକରଣ ଦିବସ ଅନୁଷ୍ଠିତ

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂ ଆଇ ଏ ଏସ, ଆଭାସି ମାଧ୍ୟମରେ ଯୋଗଦେଇ ନାରୀ ସଶକ୍ତିକରଣ, ସୁରକ୍ଷା, ଲିଙ୍ଗଗତ ସମାନତା ବିଷୟରେ ଆଲୋକପାତ କରିଥିଲେ । ଏଥିରେ ଜିଆଇଇଟି ବିଶ୍ୱବିଦ୍ୟାଳୟ ର ଡ଼ିନ ଏକାଡେମୀକସ ଡ଼ଃ ଏ ଭି ଏନ ଏଲ ଶର୍ମା ଯୋଗଦେଇ ନାରୀ ସହନଶୀଳତା ସମ୍ପର୍କରେ ନିଜର ମତ ରଖିଥିଲେ ।

ଏହି କାର୍ଯ୍ୟକ୍ରମର ଆବାହକ ଡ଼ଃ ପ୍ରତିଭା କର ସ୍ୱାଗତ ଭାଷଣ ଦେଇଥିଲେ । ସହ-ଆବାହକ ଅଧ୍ୟାପିକା ସୁମନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ଃ ଏନ ଭି ଜଗନ୍ନାଧା ରାଓ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ବିଭିନ୍ନ ବିଭାଗର ମୁଖ୍ୟ, ଡ଼ିନ, ଅଧ୍ୟାପିକା, ଛାତ୍ରୀ ଓ ସମସ୍ତ ମହିଳା କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ ।