ମାଁ ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖମ୍ବେଶ୍ଵରୀ ପାଲି ଠାରେ ପାଳିତ ହେଲା ସମ୍ବିଧାନ ଦିବସ 

0
135
ମାଁ ମାହେଶ୍ୱରୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର , (୨୬/୧୧) : ମାଁ ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖମ୍ବେଶ୍ଵରୀ ପାଲି ଠାରେ ଆଜି ନେହେରୁ ଯୁବ କେନ୍ଦ୍ର ଏବଂ ଏନ ଏସ ଏସ ୟୁନିଟ ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି ।WhatsApp Image 2022 11 26 at 21.40.02 2 ମାଁ ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖମ୍ବେଶ୍ଵରୀ ପାଲି ଠାରେ ପାଳିତ ହେଲା ସମ୍ବିଧାନ ଦିବସ 

ମାଁ ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖମ୍ବେଶ୍ଵରୀ ପାଲି ଠାରେ ପାଳିତ ହେଲା ସମ୍ବିଧାନ ଦିବସ ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର ଅଶ୍ୱିନୀ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନୁଷ୍ଠାନ ର ଅଧ୍ୟକ୍ଷା ସ୍ୱପ୍ନା ମହାପାତ୍ର, ଏନ ଏସ ଏସ ପ୍ରୋଗ୍ରାମ ଅଫିସର ଦେବାଶିଷ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ ।

ଦିବସ ପରିପ୍ରେକ୍ଷୀରେ ଅତିଥି ବୃନ୍ଦ ସମ୍ବିଧାନ ଦିବସ ପାଳନ ର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବାସହ ଆମର ମହାନ ଓ ସମୃଦ୍ଧ ସମ୍ବିଧାନ ଦେଶର ଗୌରବ ଓ ବିକାଶ ର ଚାବି କାଠି ବୋଲି ଅଭିହିତ କରି ଦେଶର ଗୌରବମୟ ବିକାଶ ତଥା ସମ ଭାବପନ୍ନ ସମାଜ ଗଠନ ଉପରେ ଆମ ସମସ୍ତ ଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ତଥା ନାଗରିକ ଙ୍କ ମୌଳିକ ଅଧିକାର ଉପରେ ବକ୍ତବ୍ୟ ରଖିଥିଲେ ।WhatsApp Image 2022 11 26 at 21.40.02 ମାଁ ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖମ୍ବେଶ୍ଵରୀ ପାଲି ଠାରେ ପାଳିତ ହେଲା ସମ୍ବିଧାନ ଦିବସ 

ଏହି ଅବସରରେ ଅତିଥି ବୃନ୍ଦ ଓ ଉପସ୍ଥିତ ସମସ୍ତେ ଭାରତୀୟ ସମ୍ବିଧାନ ପ୍ରସ୍ତାବନା ର ପାଠ କରିବା ସହିତ ସୁସ୍ଥ ଓ ସମୃଦ୍ଧ ଦେଶ ଗଠନ ନିମିତ୍ତ ଶପଥ ପାଠ କରିଥିଲେ । ପୁନଶ୍ଚ ଦେଶର ମହାନ ଓ ସମୃଦ୍ଧ ସମ୍ବିଧାନ ର ସଂରଚନା ତଥା ପ୍ରସ୍ତୁତ କରିଥିବା ମହାମନୀଷୀ ଙ୍କୁ ଆନ୍ତରିକ ଶ୍ରଦ୍ଧା ସୁମନ ପ୍ରଦାନ କରି ଥିଲେ ଅତିଥି ବୃନ୍ଦ ଓ ଉପସ୍ଥିତ ଛାତ୍ର ଛାତ୍ରୀ ତଥା ଆଧ୍ୟପକ ମଣ୍ଡଳୀ ।

ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଓଡ଼ିଆ ଅଧ୍ୟାପିକା ଚୁମକି ନାୟକ ଅତିଥି ପରିଚୟ ଏବଂ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ବିଧାନ ପର୍ଯ୍ୟବେଷିତ ସାଧାରଣ ଜ୍ଞାନ ପ୍ରତିଯୋଗିତା ରେ ବିଜୟ ଲାଭ କରିଥିବା ମୃତ୍ୟୁଞ୍ଜୟ ମିଶ୍ର, ସୁନୀଲ ଦନ୍ତା ଏବଂ କବିରାଜ ଧରେଇ ଙ୍କୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ମାନପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା । ଶେଷରେ ନେହେରୁ ଯୁବ କେନ୍ଦ୍ର ସୁବର୍ଣ୍ଣପୁର ର ଏମ ଟି ଏସ କୃପାସିନ୍ଧୁ ସା ଧନ୍ୟବାଦ ଅର୍ପଣ କରିଥିଲେ ।