ପ୍ରାଥମିକଶିକ୍ଷକ ସଂଘ ର ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର

0
117
ପ୍ରାଥମିକଶିକ୍ଷକ ସଂଘ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୩/୧୨) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର ମହକୁମା ରେ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ପ୍ରାଥମିକଶିକ୍ଷକ (ଏକ୍ସ କେଡ଼େର) ମାନଙ୍କର ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ରେ ବ୍ଲକ ପ୍ରାଥମିକଶିକ୍ଷକ ସଂଘ ର ସଭାପତି ପ୍ରସାଦ ଗୌଡ଼ ଙ୍କ ନେତୃତ୍ୱରେ ରାଜ୍ୟ ପ୍ରାଥମିକ ମହାସଙ୍ଘ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି।ଏହି ଦାବୀ ରେ ଉଲେଖ ଥିବା ବିଷୟ ମାନ ହେଲା ଗଣଶିକ୍ଷକ ମାନଙ୍କୁ ସରକାର ଳେଭେଲ ୫ ଆସିଷ୍ଟ ଶିକ୍ଷକ (କେଡ଼େର) ଭାବରେ ନିୟମିତ ସେତି ମଧ୍ୟରୁ ପ୍ରାୟ ୩୦୦୦ ଗଣ ଶିକ୍ଷକ ସମସ୍ତ ଯୋଗ୍ୟତା ଥିବା ସ୍ଵତେ ନିୟମିତ ଶିକ୍ଷକ ରୁ ବଞ୍ଚିତ ହୋଇଛନ୍ତି ।

ଅଟିଇଟି ଆମ ମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ଏଣୁ ଅଟିଇଟି ଉଛେଦ କରାଯାଉ । ଶିକ୍ଷକ ମାନଙ୍କୁ ସମଗ୍ରଶିକ୍ଷା ଅଭିଯାନ କରାଯାଇଥିବା ଡେପୁଟେସନ ବାତିଲ କରି ଏକ୍ସ କ୍ୟାଡର ବ୍ୟବସ୍ଥା ଉଛେଦ ସହ ୧/୩/୨୦୧୭ ରୁ କ୍ୟାଡର ଭୁକ୍ତ କରାଯାଉ । ରାଜ୍ୟ ଅର୍ଥ ବିଭାଗର ପତ୍ରାଙ୍କ ୧୪୦୫୦ ତା ୪/୬/୨୦୨୨ ଅନୁଯାଇ କେନ୍ଦ୍ର ପ୍ରାୟାଜୋତି ଯୋଜନାରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଦରମା ପ୍ରଦାନ କରିବା ବ୍ୟବସ୍ଥା ଅଛି ଆମ୍ଭେ ସମଗ୍ର ଶିକ୍ଷକ ଡେପୁଟେଡ଼ ହୋଇଥିବାରୁ କେନ୍ଦ୍ର ପ୍ରାୟାଜୋତି ଯୋଜନା ସମଗ୍ରଶିକ୍ଷାରୁ ଦରମା ପାଉଛୁ ଏଣୁ ଅର୍ଥବିଭାଗର ସାର୍କୁଲାର ଅନୁଯାଇ ଏକ୍ସକ୍ୟାଡର ଶିକ୍ଷାକ ମାନଙ୍କୁ ଦରମା ଟ୍ରେଜେରୀ ମାଧ୍ୟମରେ ପ୍ରଦାନ କରାଯାଉ । ଏହି ଭଳି ଆଠ ଧପା ଦାବୀ ନେଇ ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଂଘ ଜରିଆରେ ଆଜି କଲ୍ୟାଣସିଂହପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।