ଡିଗ୍ରୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ମହୋତ୍ସବ ପଡିଆ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

0
108
ଡିଗ୍ରୀ ମହାବିଦ୍ୟାଳୟ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୫/୧୨) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ସୋମବାର ସ୍ଥାନୀୟ ମହୋତ୍ସବ ପଡିଆ ସଫା କରିଥିଲେ ।

ରାଜନୀତି ବିଜ୍ଞାନ ଅଧ୍ୟାପକ ତଥା ଏନ ଏସ ଏସ ପ୍ରୋଗ୍ରାମ ଅଫିସର ରଂଜିତ କୁମାର ସାମଲ. ଙ୍କ ନେତୃତ୍ୱ ରେ ସ୍ଥାନୀୟ ଡିଗ୍ରୀ ମହାବିଦ୍ୟାଳୟ ର ୪୫ ଜଣ ଯୋଗଦେଇ ମହୋତ୍ସବ ପଡିଆ କୁ ସଫା କରିଥିଲେ । ଭୈରବୀ ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ କୁମାର ପ୍ରଧାନ ମହୋତ୍ସବ କମିଟି ପଡିଆ ସୌନ୍ଦର୍ଯ୍ୟକରଣ ବିଭାଗ ମୁଖ୍ୟ ସଜ୍ଜନ କୁମାର ଅଗ୍ରୱାଲ ଓ ଖାଦ୍ୟ କମିଟି ବିଭାଗ ମୁଖ୍ୟ ଅଜିତ ଦେହୁରୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ମାନପତ୍ର ପ୍ରଦାନ କରିଥିଲେ ।