ବ୍ଲକ ସ୍ତରୀୟ ସ୍ପୋର୍ଟସ ମିଟ ୨୦୨୨ ଅନୁଷ୍ଠିତ

0
132
ବ୍ଲକ ସ୍ତରୀୟ ସ୍ପୋର୍ଟସ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୫/୧୨) : ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟ ଅଧୀନସ୍ଥ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଆନୁକୂଲ୍ୟରେ ହରଭଙ୍ଗା ଓ ବୌଦ୍ଧ ବ୍ଲକର ୧୮ ଟି ଯୁବକ ସଙ୍ଘ ମାନଙ୍କୁ ନେଇ ବ୍ଲକ ସ୍ତରୀୟ ସ୍ପୋର୍ଟସ ମିଟ ୨୦୨୨ ଅନୁଷ୍ଠିତ ହୋଇଯାଇଛି ।

ବ୍ଲକ ସ୍ତରୀୟ ସ୍ପୋର୍ଟସ ମିଟ ୨୦୨୨ ଅନୁଷ୍ଠିତ । ପ୍ରଥମ ପର୍ଯ୍ୟାୟରେ ଜଗନ୍ନାଥ ଯୁବକ ସଂଘ ଦ୍ୱାରା ବ୍ୟାଡମିଣ୍ଟନ ମ୍ୟାଚ ସକାଳ ୭ ଘଟିକା ରୁ ଆରମ୍ଭ ହୋଇ ୯ ଘଣ୍ଟାରେ ସମାପ୍ତ ହୋଇଥିଲା । ଏହି ମ୍ୟାଚରେ ସୁମନ ପ୍ରଧାନ ବିଜୟୀ ଏବଂ ଲଗନ ପ୍ରଧାନ ରନରସ ଅପ ହୋଇଥିଲେ । ଏହି ମ୍ୟାଚରେ ପ୍ରକାଶ ସେଠି ଏବଂ ସମ୍ରାଟ ସାହୁ ରେଫରି ଭାବେ ଦାୟିତ୍ୱ ତୁଲାଇଥିଲେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ କାଲାମ ଯୁବକ ସଙ୍ଘ ଦ୍ୱାରା କବାଡ଼ି ଏବଂ ଖୋଖୋ ମ୍ୟାଚ ତେଲିବନ୍ଧ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା ।

ଏହି ମ୍ୟାଚରେ ନାରାୟଣୀ ସ୍ପୋର୍ଟିଂ କ୍ଲବ ରନର ଅପ ହୋଇଥିବା ବେଳେ ନୋଡାଲ ହାଇସ୍କୁଲ ତେଲିବନ୍ଧ ବିଜୟୀ ହୋଇଥିଲେ । ଏହି ମ୍ୟାଚକୁ ପିଇଟି ଗାୟତ୍ରୀ ବେହେରା ପରିଚାଳନା କରିଥିଲେ । ସେହିପରି ତୃତୀୟ ପର୍ଯ୍ୟାୟରେ ଭଲି ବଲ ଟୁର୍ଣ୍ଣାମେଣ୍ଟ ୧୬ ଗୋଟି ଯୁବକ ସଙ୍ଘକୁ ନେଇ ଦିବା ୧୧ ଘଟିକା ସମୟରୁ ଆରମ୍ଭ ହୋଇ ରାତ୍ର ୧୨ ଘଟିକା ସମୟରେ ଶେଷ ହୋଇଥିଲା । ଏହି ଦୀର୍ଘ ସମୟରେ ମ୍ୟାଚକୁ ରେଫରି ଅଲେଖ ବେଜି , ଚନ୍ଦ୍ର ସେଠି ,ଦଶରଥ ଭୋଇ, ହରିହର ପ୍ରଧାନ ପରିଚାଳନା କରିଥିଲେ । ଶେଷରେ ନାରାୟଣୀ ସ୍ପୋର୍ଟିଂ କ୍ଲବ ବିଜୟୀ ହୋଇଥିବା ବେଳେ ବୁଟୁପାଲି ସୁପର ସିକ୍ସ କ୍ଲବ ରନର ଅପ ହୋଇଥିଲେ ।

ଏହି ୨୪ ଘଣ୍ଟିଆ ସ୍ପୋର୍ଟସ ମିଟରେ ମୁଖ୍ୟ ଅତିଥି ଭାବରେ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ, ସମ୍ମାନିତ ଅତିଥି ଭାବେ ତେଲିବନ୍ଧ ସରପଞ୍ଚ ରତ୍ନାକର ନାଏକ, ସମିତି ସଭ୍ୟ ସୁନୀଲ ସେଠି, ତେଲିବନ୍ଧ ପ୍ୟାକ୍ସ ସଭାପତି ତ୍ରିପୁର ମହାକୁର, ନେହେରୁ ଯୁବ କେନ୍ଦ୍ରର କର୍ମକର୍ତ୍ତା ସୁଧିର ଦୀପ, ସମାଜସେବୀ ମିନା ସିଂହ ପ୍ରମୁଖ ଯୋଗଦେଇ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ । ପଦ୍ମପୁର ହାଇସ୍କୁଲ ପ୍ରଶାନ୍ତ ପରିଡା, କମ୍ପରା ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ, ତେଲିବନ୍ଧ ଅତିରିକ୍ତ ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ସାହୁ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକୁ ଯୁବକ ସଙ୍ଘ ସଭାପତି ସମ୍ରାଟ ସାହୁ, ସମ୍ପାଦକ ସୁବ୍ରତ ପ୍ରଧାନ, ସହ ସହ ସମ୍ପାଦକ ବାଦଲ ବେଜି, କୋଷାଧ୍ୟକ୍ଷ ସୁମନ ପ୍ରଧାନ କାର୍ଯ୍ୟଭାର ତୁଲାଇଥିଲେ ।