ମାତୃତ୍ୱ ରେ କଳଙ୍କ : ପୋଖରୀ ଭିତରେ ରକ୍ତ ଜୁଡୁବୁଡୁ ମୃତ ନବଜାତଶିଶୁ

0
105
ମାତୃତ୍ୱ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, ( ୫/୧୨) : ମାତୃତ୍ୱ ରେ କଳଙ୍କ ! ବୌଦ୍ଧ ଥାନା କରଡ଼ି ଗ୍ରାମ ର ଡାହାଣତୋଳା ପୋଖରୀ ଭିତରେ ଏକ ମୃତ ନବଜାତ ଶିଶୁ ପଡ଼ିଥିବା ଦେଖିବାକୁ ମିଳିଛି ।

ମାତୃତ୍ୱ ରେ କଳଙ୍କ ! ପୋଖରୀ ଭିତରେ ରକ୍ତ ଜୁଡୁବୁଡୁ ମୃତ ନବଜାତଶିଶୁ ପଡ଼ିଥିବା ଦେଖିବାକୁ ମିଳିଛି । ଏହି ଘଟଣା କୁ ନେଇ ଏବେ ଅଞ୍ଚଳ ରେ ଏକ ଚର୍ଚ୍ଚା ଚାଲିଛି । ସୋମବାର ଅପରାହ୍ନ ସମୟ ରେ ଗ୍ରାମର କିଛି ଯୁବକ ଉକ୍ତ ପୋଖରୀ କୁ ମାଛ ମାରିବାକୁ ଯାଇଥିବା ବେଳେ ପୋଖରୀ ଭିତରେ ଘାସ ଲଟା ବୁଦା ଭିତରେ ଏକ କପଡା ଦ୍ୱାରା ଉକ୍ତ ଶିଶୁ ଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିବା ଦେଖିବାକୁ ପାଇଥିଲେ ।

ପରେ ସ୍ଥାନୀୟ ଅଞ୍ଚଳ ର ଲୋକମାନେ ଏଭଳି ଘଟଣା କୁ ନେଇ ବୌଦ୍ଧ ପୋଲିସ କୁ ଖବର ଦେଇଥିବା ଜଣାପଡିଛି । ଅନ୍ୟପଟେ ଜଣେ ମାଁ ର ଏଭଳି ଘୃଣ୍ୟ କାମକୁ ସାଧାରଣ ରେ ନିନ୍ଦା କରାଯାଉଥିବା ବେଳେ ଭୃଣ୍ୟ ହତ୍ୟା ଭଳି ଏକ ଗୁରୁତର ଅଭିଯୋଗ କୁ ଭିତ୍ତିକରି ପୋଲିସ  ସଠିକ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅଞ୍ଚଳ ବାସି ଦାବୀ କରିଛନ୍ତି ।