ନିଜ ବଡ ଝିଅ ଙ୍କୁ ଲେଖିଥିଲେ ଚିଠି, କ୍ରାଇମ ବ୍ରାଞ୍ଚ ଦେଉନି ପ୍ରତିକ୍ରିୟା

0
105
ନିଜ ବଡ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/କଣ୍ଟାବାଞ୍ଜି, (୨୩/୧୨) : ନିଜ ବଡ ଝିଅ ଙ୍କୁ ଲେଖିଥିଲେ ଚିଠି । ମାଟିଆ ଏନଭଲପ୍ ଭିତରେ ଥିବା ଚିଠିଟି ୨ଟି ପୃଷ୍ଠା ସମ୍ବଳିତ ବୋଲି ଜଣାଯାଇଛି । ଏହା ସହିତ ତାଙ୍କ କୋଠରୀରୁ ଗୋବିନ୍ଦଙ୍କ କିଛି ହାତ ଲେଖା କାଗଜପତ୍ର ଜବତ ହୋଇଛି ।

ନିଜ ବଡ ଝିଅ ଙ୍କୁ ଲେଖିଥିଲେ ଚିଠି, କ୍ରାଇମ ବ୍ରାଞ୍ଚ ଦେଉନି ପ୍ରତିକ୍ରିୟା । ପକେଟ ରୁ ମିଳିଥିବା ଲଫାପା ସହ ଏହି କାଗଜପତ୍ରକୁ ହ୍ୟାଣ୍ଡ ରାଇଟିଂ ଏକ୍ସପର୍ଟ ଙ୍କ ନିକଟକୁ ଯାଞ୍ଚ ପାଇଁ ପଠାଯାଇଛି । କଣ୍ଟାବାଞ୍ଜି ଉପ-କାରାଗାରରେ ଗୋବିନ୍ଦଙ୍କ ସନ୍ଦେହ ଜନକ ମୃତ୍ୟୁ ମାମଲାର ଖୋଳତାଡ଼ କରୁଥିବା କ୍ରାଇମବ୍ରାଞ୍ଚ ୩ ଦିନ ପରେ ତଦନ୍ତରୁ କଣ ତଥ୍ୟ ମିଳିଛି ଏ ଯାଏଁ ସ୍ପଷ୍ଟ କରିନାହିଁ । ଗତକାଲି କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଜେଲ୍ ଭିତରକୁ ଯାଇ ଘଟଣାର ତଦନ୍ତ କରିଥିଲେ ।

ସୂଚନାନୁସାରେ, ବହୁଚର୍ଚ୍ଚିତ ମହାଲିଙ୍ଗ ସନସାଇନ ଇଂଲିଶ ମିଡିୟମ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ଥିଲେ ଗୋବିନ୍ଦ ସାହୁ । ସେ ଗିରଫ ହୋଇ କଣ୍ଟାବାଞ୍ଜି ଜେଲ ରେ ଥିବାବେଳେ ଗତ ଡିସେମ୍ବର ୨୦ ତାରିଖ ଦିନ ପୂର୍ବାହ୍ନ ରେ ନିଜ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ । ଗୋବିନ୍ଦଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣି ଥିବାବେଳେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି ।