ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ

0
125
ଜିଲ୍ଲାସ୍ତରୀୟ ଯୁଗ୍ମ

ରିପୋର୍ଟ : ଧ୍ରୁବରଜ ମିଶ୍ର
ବୀରମହାରାଜପୁର, (୨୬/୧୨) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 12 26 at 18.09.39 ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡାଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୪୩ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୩୪ ଗୋଟି, ସାମୁହିକ ଦରଖାସ୍ତ ୦୯ ଗୋଟି ଗ୍ରହଣ କରାଯାଇଛି । ଗ୍ରହଣ କରାଯାଇଥିବା ଦରଖାସ୍ତ ମଧ୍ୟରୁ ଶିବିରରେ ବିଭିନ୍ନ ମାମଲାର ୨୨ ଗୋଟି ଅଭିଯୋଗ ଦରଖାସ୍ତ ର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୨୧ ଟି ଆପତ୍ତି ଅଭିଯୋଗ ଦରଖାସ୍ତ କୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପ୍ରେରଣ କରାଯାଇଛି ।

ଆଦ୍ୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ହିଲୁଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅମୁଲ୍ୟମଣୀ ରାଣୀପୁର ନିବାସୀ ପଦ୍ମିନୀ ଥପା ଙ୍କୁ ବିଧବା ଭତ୍ତା ସହାୟତା ଓ ଗୁଳାପ ଫୁଲ ମେହେର ଙ୍କୁ ମଧୁବାବୁ ପେନସନ ଯୋଜନାରେ ରେ ସାମିଲ କରାଯାଇ ମାସିକ ୫୦୦/- (ପାଞ୍ଚ ଶହ ଟଙ୍କା ) ଲେଖାଏଁ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ତଥା ଉପସ୍ଥିତ ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣପୁର । ପୁନଶ୍ଚ ଅବକାରୀ ବିଭାଗ ତରଫରୁ ନିଶା ନିବାରଣ ସଚେତନତା ପରିପ୍ରେକ୍ଷୀରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ଉଚ୍ଚ ବିଦ୍ୟାଳୟ ସ୍ତର ତର୍କ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ସୁବ୍ରତ ପଧାନ, ପ୍ରତୀକ କୁମାର ବେହେରା ଓ ଜଗା ରଣା ଙ୍କୁ ଯଥା କ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଭାବେ ପୁରସ୍କୃତ କରିଛନ୍ତି ଜିଲ୍ଲାପାଳ ସୁବର୍ଣ୍ଣପୁର ।

ଗୋଷ୍ଠୀ ଉନ୍ନୟନ ଅଧିକାରୀବୀରମହାରାଜପୁର ଶ୍ରୀ ମୋତିଲାଲ ସୁଲିଆ ଙ୍କ ତତ୍ୱାବଧାନରେ ଅଦ୍ୟ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଉପ ଜିଲ୍ଲାପାଳ, ବୀରମହାରାଜପୁର ଶ୍ରୀ ଅଶୋକ ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ବିଶ୍ୱ ରଞ୍ଜନ ପତି, ଅଧୀକ୍ଷଣ ଯନ୍ତ୍ରୀ ଆର ଡବ୍ଲୁ ଏସ ଏସ ଇଂ ବିଭୁ ପ୍ରସାଦ ପଣ୍ଡା, ଅଧୀକ୍ଷଣ ଯନ୍ତ୍ରୀ ଇଂ ଦାମୋଦର କୈବର୍ତ୍ତ, ନିର୍ବାହୀ ଯନ୍ତ୍ରୀ ଆର ଡି ଇଂ ବୈକୁଣ୍ଠନାଥ ଷଡ଼ଙ୍ଗୀ, ଡି ଇ ଓ ଲକ୍ଷ୍ମଣ ଭୋଇ, ସି ଏସ ଓ ସୁରେଶ ପାଣିଗ୍ରାହୀ, ଆରଟୀଓ ଅକ୍ଷୟ କୁମାର ଜେନା ଡ଼ିଏସଏସଓ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଡିଡବ୍ଲୁଓ ପାଲାକା ରବୀନ୍ଦ୍ର, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ସମେତ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ଉପାଧକ୍ଷ୍ୟ ନାରାୟଣ ଲୁହା, ତହସିଲଦାର, ବ୍ଲକ ସ୍ତରୀୟ କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ ।