ଗୁଡ଼ାରୀ ବ୍ଲକ ଠାରେ ବିଳମ୍ବ ରେ ଧାନ ମଣ୍ଡି ଉଦ୍ଘାଟିତ

0
130
ଗୁଡ଼ାରୀ ବ୍ଲକ ଠାରେ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୨୬/୧୨) : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଠାରେ ସ୍ଥାନୀୟ ର୍.ମ୍.ସି କାର୍ଯ୍ୟାଳୟ ପରିସରରେ ଆଜି ଚଳିତ ବର୍ଷ ର ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି ।

ଗୁଡ଼ାରୀ ବ୍ଲକ ର ପ୍ରତ୍ୟକ ଗ୍ରାମ ପଞ୍ଚାୟତ ରୁ ଆସିଥିବା କୃଷକ ମାନେ ବହୁ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି । କୃଷକ କହିବା ଅନୁସାରେ ଆମେ ପହଁଚି ଦେଖିଲୁ ଯେ ଉପ ଅଧିକାରୀ ଉପସ୍ଥିତ ନଥିଲେ । ତେଣୁ ସେମାନେ ଲେମ୍ପସ ର ପରିଚାଳନା ନିର୍ଦ୍ଦେଶକ ଙ୍କୁ ବ୍ଲକ ଯୋଗାଣ ଅଧିକାରୀ ଙ୍କୁ ଡାକିଲେ ଆମେ ସମସ୍ତେ ଆମ ଅସୁବିଧା ଜଣାଇବୁ କହିଥିଲେ । ସେ ଗୁଡ଼ାରୀ ବ୍ଲକ ଠାରେ ବିଳମ୍ବ ରେ ପହଁଚି କୃଷକ ମାନଙ୍କ ସମସ୍ୟା ର ସମାଧାନ କରାଯିବ କହିଥିଲେ ।

ଗୁଡ଼ାରି ଲେମ୍ପସ ସଭାପତି ଶ୍ରୀ ରାମଚନ୍ଦ୍ର ଗମାଙ୍ଗ ନଡ଼ିଆ ଭାଙ୍ଗି ମଣ୍ଡି ର ଶୁଭ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମ ରେ ବ୍ଲକ ଯୋଗାଣ ଅଧିକାରୀ ଶ୍ରୀ ପ୍ରଭାକର ମଲ୍ଲିକ, ଲେମ୍ପସ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଶ୍ୱନାଥ କ୍ରିଷ୍ଣ ଉପସ୍ଥିତ ରହି ମଣ୍ଡି କିପରି ସୁରୁଖୁରୁରେ ଚାଲିବ ସେ ସମ୍ପର୍କରେ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ଧାନ ବିକ୍ରି ସମୟରେ ଯେପରି କୌଣସି ମିଡଲ ମେନ ପ୍ରବେଶ ନ ହୁଏ ସେ ଦିଗରେ ବିଶେଷ ଦୃଷ୍ଟି ଦିଆଯିବ ବୋଲି ଯୋଗାଣ ଅଧିକାରୀ କହିଛନ୍ତି । ଯୋଗଣ ଅଧିକାରୀଙ୍କ ମତ କୁ ଉପସ୍ଥିତ ଚାଷୀ ମାନେ ସନ୍ତୁଷ୍ଟ ନୁହନ୍ତି ବୋଲି କହିଛନ୍ତି ।