ମାନ୍ୟବର ରାଜ୍ୟପାଳ ଓଡ଼ିଶା ର ସୁବର୍ଣ୍ଣପୁର ଜିଲ୍ଲା ପରିଦର୍ଶନ

0
123
ମାନ୍ୟବର

ରିପୋର୍ଟ : ପ୍ରେମାନନ୍ଦ ନାଏକ/ଧ୍ରୁବରଜ ମିଶ୍ର 
ସୁବର୍ଣ୍ଣପୁର, (୨୮/୧୨) : ମାନ୍ୟବର ରାଜ୍ୟପାଳ ଓଡ଼ିଶା ପ୍ରଫେସର ଗଣେଶୀ ଲାଲ ମହୋଦୟ ଆଜି ସୁବର୍ଣ୍ଣପୁର ଜିଲ୍ଲା ପରିଦର୍ଶନରେ ଆସି ଜିଲ୍ଲାର ବୀରମହାରାଜପୁର ଠାରେ ଆୟୋଜିତ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ରେ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ ।WhatsApp Image 2022 12 29 at 06.28.55 ମାନ୍ୟବର ରାଜ୍ୟପାଳ ଓଡ଼ିଶା ର ସୁବର୍ଣ୍ଣପୁର ଜିଲ୍ଲା ପରିଦର୍ଶନ

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ସର୍କିଟ ହାଉସ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଅଧିକାରୀ ଙ୍କ ବୈଠକରେ ଯୋଗଦାନ କରିଥିଲେ । ବୈଠକରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ମାନ୍ୟବର ରାଜ୍ୟପାଳ ମହୋଦୟ ଙ୍କୁ ବୈଠକକୁ ସ୍ୱାଗତ କରିବା ସହିତ ଜିଲ୍ଲାର ବିଭିନ୍ନ ବିଭାଗ ତରଫରୁ ଜିଲ୍ଲା ବିକାଶର ବିଭିନ୍ନ କାର୍ଯ୍ୟକ୍ରମ ର କାର୍ଯ୍ୟକାରିତା କୁ ମାନ୍ୟବର ରାଜ୍ୟପାଳ ଙ୍କୁ ଅବଗତ କରାଇଥିଲେ ।

ଆଲୋଚନା ବୈଠକରେ ମାନ୍ୟବର ରାଜ୍ୟପାଳ ଓଡ଼ିଶା, ଜିଲ୍ଲାର ବିକାଶ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ପରାମର୍ଶ ଦେବା ସହ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଙ୍କୁ ସ୍ୱଚ୍ଛ ପାନୀୟ ଜଳ ର ଉପଲବ୍ଧ କରାଇବା ତଥା ଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ଉତ୍ତମ ବ୍ୟବସ୍ଥା ସହିତ ଶୌଚାଳୟ ର ଉପଲବ୍ଧ କରାଇବା କୁ ପରାମର୍ଶ ଦେଇଛନ୍ତି । ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଙ୍କୁ ସର୍କିଟ ହାଉସ ଠାରେ ଜିଲ୍ଲାର ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ର କର୍ମକର୍ତ୍ତା, ସହରର ବୁଦ୍ଧିଜୀବୀ, ବରିଷ୍ଠ ବ୍ୟକ୍ତି ବିଶେଷ ଙ୍କ ସହ ଜିଲ୍ଲାପ୍ରଶାସନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ଗସ୍ତ ର ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ନରୱଣେ ସମେତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟନାରାୟଣ ଦାଶ, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ପ୍ରମୁଖ ଯୋଗଦାନ କରିଥିଲେ ।