ନୂଆବର୍ଷରେ ଦୋହଲିଲା ଦିଲ୍ଲୀ

0
147
ନୂଆବର୍ଷରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୧/୦୧) : ବିଦାୟ ନେଇସାରିଛି ବର୍ଷ ୨୦୨୨ । ଆସିଛି ନୂଆବର୍ଷ । ଡିସେମ୍ବର ୩୧ ତାରିଖ ରାତିରେ ଲୋକେ ଜିରୋ ନାଇଟ୍ ସେଲିବ୍ରେସନ୍‌ରେ ମସଗୁଲ ଥିଲେ । ସମସ୍ତେ ନୂଆବର୍ଷକୁ ସ୍ୱାଗତ କରିବାକୁ ଉତ୍ସବ ମନାଉଥିଲେ । ନୂଆବର୍ଷରେ ଦୋହଲିଲା ଦେଶର ରାଜଧାନୀ ଦିଲ୍ଲୀ ।

ନୂଆବର୍ଷରେ ଦିଲ୍ଲୀ ଠାରେ ଭୂକମ୍ପ ଅନୁଭୂତ ହୋଇଥିଲା । ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଫଳରେ ଲୋକେ ଭୟଭୀତ ହୋଇଯାଇଥିଲେ । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୮ ରେକର୍ଡ କରାଯାଇଛି । ଏହାର ଗଭୀରତା ୫ କିଲୋମିଟର ରହିଥିବା ବେଳେ ଏହାର କେନ୍ଦ୍ରସ୍ଥଳ ହରିୟାଣାର ଝଜ୍ଜରରେ ଥିଲା । ତେବେ ଏହି ଭୂକମ୍ପ ଯୋଗୁଁ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇ ନାହିଁ ।

ଏହା ପୂର୍ବରୁ ୨୯ ନଭେମ୍ବରରେ ଦିଲ୍ଲୀ ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୫ ରେକର୍ଡ କରାଯାଇଥିଲା । ନୂଆଦିଲ୍ଳୀର ପଶ୍ଚିମ ଅଞ୍ଚଳରରେ ଏହାର କେନ୍ଦ୍ରସ୍ଥଳ ଥିଲା । ଏହାର ଗଭୀରତା ୫ କିଲୋମିଟର ରହିଥିଲା । ସେହିପରି ନଭେମ୍ବର ୧୨ରେ ମଧ୍ୟ ଦିଲ୍ଲୀ-ଏନ୍‌ସିଆର୍ ଓ ଉତ୍ତରାଖଣ୍ଡରେ ତୀବ୍ର ଭୂମତକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା ।