ଟ୍ରକ୍‌ ପଛରେ ପିଟି ହେଲା ପିସିଆର୍ ଭ୍ୟାନ୍‌ !

0
99
ଟ୍ରକ୍‌ ପଛରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୦୧/୦୧) : ନୂଆ ବର୍ଷରେ ଦୁର୍ଘଟଣା । ଏକ ଟ୍ରକ୍ ପଛରେ ପିସିଆର୍ ଭ୍ୟାନ୍ ପିଟି ହେବାରୁ ୩ ଜଣ ପୁଲିସ୍ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି ।accident ଟ୍ରକ୍‌ ପଛରେ ପିଟି ହେଲା ପିସିଆର୍ ଭ୍ୟାନ୍‌ !

ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମ୍ବଲପୁର ସହରର ଅଇଁଠାପାଲି ଛକରେ ରବିବାର ଭୋରରେ ଘଟିଛି ଏହି ଦୁର୍ଘଟଣା । ଟ୍ରକ୍‌ ପଛରେ ପିଟି ହେଲା ପିସିଆର୍ ଭ୍ୟାନ୍‌ । ଏହି ଦୁର୍ଘଟଣାରେ ଅଇଁଠାପାଲି ଥାନାର ଏହି ପିସିଆର ଭ୍ୟାନ୍‌ଟି ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣା ବେଳେ ଏଥିରେ ମୋଟ ୪ ଜଣ ପୁଲିସ୍ କର୍ମଚାରୀ ଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଅଧିକ ଖରାପ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇପାରିନି । ତେବେ ସ୍ଥାନୀୟ ଲୋକଙ୍କ କହିବା କଥା ଯେ ପିସିଆର୍ ଭ୍ୟାନ୍‌ଟି ଟ୍ରକ୍‌କୁ ଧକ୍କା ଦେଇଥିଲା । ପାରିପାର୍ଶ୍ୱିକ ସ୍ଥିତିରୁ ବି ସେମିତି ଲାଗୁଛି । କିନ୍ତୁ ପୁଲିସ୍ ପକ୍ଷରୁ ଏ ନେଇ କିଛି କୁହାଯାଇ ନାହିଁ ।