ନବବର୍ଷ ରେ ଦିବ୍ୟ ଦର୍ଶନ ସଂଘର ଦିବ୍ୟ ମିଳନ ପାଳିତ 

0
101
ନବବର୍ଷ

ରିପୋର୍ଟର : ନରତ୍ତମ ପାଢ଼ୀ
ରାୟଗଡ଼ା, (୦୧/୦୧) : ତା ୦୧/୦୧/୨୦୨୩ ରିଖ ରବିବାର ନବବର୍ଷ ଅବସରରେ ଦିବ୍ୟ ଦର୍ଶନ ସଂଘର ଗୁଡିଆବନ୍ଧ ଶାଖା ଆନୁକୂଲ୍ୟରେ ଅଞ୍ଚଳର ଗୁରୁ ଭାଇ ଭଉଣୀ ମାନଙ୍କୁ ନେଇ ଡକାଶିକୁଳା ନିକଟ ଆମ୍ବ ତୋଟା ମଧ୍ୟରେ ଦିବ୍ୟ ମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।WhatsApp Image 2023 01 01 at 18.34.12 ନବବର୍ଷ ରେ ଦିବ୍ୟ ଦର୍ଶନ ସଂଘର ଦିବ୍ୟ ମିଳନ ପାଳିତ 

ନବବର୍ଷ ରେ ଦିବ୍ୟ ଦର୍ଶନ ସଂଘର ଦିବ୍ୟ ମିଳନରେ ଅଞ୍ଚଳର ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ଶିଷ୍ୟ ଶିଷ୍ୟା ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଶୁଭାରମ୍ଭ ପୂଜ୍ୟ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ଫୋଟ ଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜୋଳନ ପୂର୍ବକ ॐକାର ଧ୍ୱନି, ଗୁରୁବନ୍ଦନା, ପ୍ରାରମ୍ଭିକ ପ୍ରାର୍ଥନା ଦ୍ୱାରା ଆରମ୍ଭ କରାଗଲା । ବିଭିନ୍ନ ଭାଇ ଭଉଣୀ ନିର୍ଗୁଣ ତତ୍ତ୍ୱ ସମ୍ବୋଳିତ ଭଜନ ଗୁଡିକ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ କୁ ଆଞ୍ଚଳିକ ପ୍ରତିନିଧି ଲାଡି ନାଗେଶ୍ୱର ଭାଇ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ରେ କେନ୍ଦ୍ରୀୟ କମିଟି କୋଷାଧ୍ୟକ୍ଷ ପୂଜ୍ୟ ଟି. ନିରଞ୍ଜନ ଭାଇ ଓ କେନ୍ଦ୍ରୀୟ କମିଟି ସଦସ୍ୟ ପୂଜ୍ୟ ବାସିନୀ ଭୂଜଙ୍ଗ ଯୋଗଦାନ କରିଥିଲେ ।

ପ୍ରଥମେ କେନ୍ଦ୍ରୀୟ କମିଟି ସମ୍ପାଦକ ପୂଜ୍ୟ କେଶବ ଭାଇଙ୍କ ଧର୍ମପତ୍ନୀ କନକ ଭଉଣୀ ଙ୍କ ଦୁଇଦିନ ତଳେ ଦେହାନ୍ତ ହୋଇଥିବାରୁ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଅଞ୍ଚଳରେ ଦିବ୍ୟ ଦର୍ଶନର ଭାବ ବିଚାରକୁ ପ୍ରଚାର ପ୍ରସାର କରି ବ୍ୟାପକ କରୁଥିବା ୩୫ ଜଣ ଭାଇମାନଙ୍କୁ ସମ୍ମାନିତ କରାଯାଇଥିଲା । ସ୍ଥାନୀୟ ଅଭ୍ୟାସ ଟେକ୍ନୋସ୍କୁଲ ତରଫରୁ ଅତିଥି ମାନଙ୍କୁ ଉପହାର ପ୍ରଦାନ କରିଥିଲେ । ନବ ବର୍ଷରେ ନୂଆ ଉଦ୍ଦୀପନା ର ସହିତ ଦିବ୍ୟ ଭାବ ବିଚାରକୁ ପ୍ରଚାର ପ୍ରସାର କରି ଦିବ୍ୟ ଦର୍ଶନ କୁ ଲୋକାଭିମୁଖି କରାଇବାକୁ ସଂକଳ୍ପ କରାଯାଇଥିଲା ।WhatsApp Image 2023 01 01 at 18.34.22 ନବବର୍ଷ ରେ ଦିବ୍ୟ ଦର୍ଶନ ସଂଘର ଦିବ୍ୟ ମିଳନ ପାଳିତ 

ଦିବ୍ୟ ଦର୍ଶନର ପ୍ରଚାର ପ୍ରସାର ନିମନ୍ତେ ସମସ୍ତେ ନିଜ ନିଜ ମତ ବ୍ୟକ୍ତ କରିଥିଲେ । ନୂତନ ବର୍ଷର ପ୍ରଥମ ଦିନରେ ଆନନ୍ଦ ଉଲ୍ଲାସର ବାତାବରଣରେ ବନ୍ଧୁମିଳନ ଭଳି ପାଳନ କରାଯାଇଥିଲା । ପରିଶେଷରେ କେନ୍ଦ୍ରୀୟ କମିଟି ସଦସ୍ୟ ବି.ଭୂଜଙ୍ଗ ଭଲ କାମରେ ସଦା ଲାଗି ରହିବାକୁ ପ୍ରବଚନ ମାଧ୍ୟମରେ ପ୍ରେରଣା ପ୍ରଦାନ କରିଥିଲେ । ପୂଜ୍ୟ ନିରଞ୍ଜନ ଭାଇ ସମସ୍ତେ ସଦଜ୍ଞାନ ଶିକ୍ଷା କରି ଅନ୍ୟ ମାନଙ୍କ ଭିତରେ ତାହା ପ୍ରସାର କରିବାକୁ ପରାମର୍ଶ ଦେଇଥିଲେ ।

କାର୍ଯ୍ୟକ୍ରମ ଗୁଡିଆବନ୍ଧ ଶାଖା ସଭାପତି ଲାଡି. ଉଦୟ ଶଙ୍କର, ଉପସଭାପତି ଉଦୟ ଶବର, ସମ୍ପାଦକ ଜନାର୍ଦ୍ଦନ ସେନାପତି, ଅନ୍ୟାନ୍ୟ ସଦସ୍ୟ ସୋମନାଥ ସାହୁ, ଉଦୟ ଚନ୍ଦ୍ର ସାହୁ, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ଉତ୍ତମ ତ୍ରିପାଠୀ, କେଶବ ଶବର, ପଦ୍ମନାଭ ଶବର, ମାଝୀ ଶବର, ହରିହର ସ୍ୱାଇଁ ପ୍ରମୁଖ ଆୟୋଜନ କରିଥିଲେ ଏବଂ ଗୋପୀନାଥ ସାହୁ, କୃଷ୍ଣଚନ୍ଦ୍ର ସାହୁ, ସୁରେନ୍ଦ୍ରନାଥ ପୃଷ୍ଟି, ସୁବାସ ଶବର, ଗୋପାଳକୃଷ୍ଣ ହୋତା, ଜଗନ୍ନାଥ ଦାଶ, ଚନ୍ଦ୍ରଶେଖର ସାଉଁଟିଲି, ଏମନା ମୂର୍ତ୍ତି, ଲାଡି.ମାଲ୍ଲିକାର୍ଜୁନ, ବରୁଣ କୈବର୍ତ୍ତ ପ୍ରମୁଖ ସହଯୋଗ କରିଥିଲେ । ଶାନ୍ତି ପାଠ କରି କାର୍ଯ୍ୟକ୍ରମ ସମାପନ କରାଗଲା । ସମସ୍ତେ ଅନ୍ନ ପ୍ରସାଦ ସେବନ କରି ଫେରିଥିଲେ ।