ମର୍ନିଙ୍ଗ ୱାକର୍ସ ସଂଗଠନ ପକ୍ଷରୁ ଇଂରାଜୀ ନବବର୍ଷ ପାଳିତ

0
87
ମର୍ନିଙ୍ଗ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧/୧) : ସୋନପୁର ସ୍ମାର୍ଟ ପାର୍କ ଠାରେ ଆଜି ମର୍ନିଙ୍ଗ ୱାକର୍ସ ସଂଗଠନ ପକ୍ଷରୁ ଇଂରାଜୀ ନବ ବର୍ଷ ପାଳନ କରାଯାଇଥିଲା ।WhatsApp Image 2023 01 01 at 20.23.39 ମର୍ନିଙ୍ଗ ୱାକର୍ସ ସଂଗଠନ ପକ୍ଷରୁ ଇଂରାଜୀ ନବବର୍ଷ ପାଳିତ

ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା, ପୌରାଧ୍ୟକ୍ଷା ତାମସୀ ତାମସ୍ମୀତା ନାଏକ ଅତିଥି ଭାବରେ ଯୋଗ ଦେଇ ମର୍ନିଙ୍ଗ ୱାକର୍ସ ଙ୍କ ସମାବେଶ ଓ ଏକତା କୁ ବଜାୟ ରଖିବା କୁ ପରାମର୍ଶ କରିଥିଲେ ତଥା ଏ ଅବସରରେ ସମସ୍ତେ ଗାଡିଚଳାଇଲାବେଳେ ସର୍ବଦା ହେଲମେଟ ଲଗାଇ ନିଜ ଅମୁଲ୍ୟ ଜୀବନକଚୁ ରକ୍ଷା କରିବାକୁ ଏବଂ ରକ୍ତଦାନ କ୍ଷେତ୍ର ରେ ସମସ୍ତ ନୂତନ ଯୁବ ପିଢୀ ଆଗେଇ ଆସି ଆମ ଜିଲ୍ଲା ର ନାଁ କୁ ସ୍ୱତନ୍ତ୍ର ସ୍ଥାନ ରେ ନାମିତ କରିବାକୁ ଆଜିର ଏହି ନୁଆଁ ବର୍ଷ ର ପ୍ରଥମ ଦିନ ରେ ସମସ୍ତେ ସଂକଳ୍ପ ନେବାକୁ ନିବେଦନ କରିଥିଲେ । ଦିଲ୍ଲୀପ ପାତ୍ର ସମସ୍ତ ଙ୍କୁ ସ୍ୱାଗତ କରିବା ସହ ନିଜକୁ ଫିଟ୍ ଏଣ୍ଡ ଫାଇନ ରଖିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତ ରଖିଥିଲେ ।

ଅନ୍ୟତମ ଅତିଥି ଭାବରେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନାଏକ ତାଙ୍କ ବକ୍ତବ୍ୟ ରେ ଏହି ପାର୍କ ର ଯତ୍ନ ଓ ସୁରକ୍ଷା ଆମ ସମସ୍ତ ଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି କହି ଏହିପରି ଆୟୋଜନ ଦ୍ୱାରା ସୁସ୍ଥ ଭାରତ ସମୃଦ୍ଧ ଭାରତ ର ବାର୍ତ୍ତା ପହଞ୍ଚୁ ବୋଲି କହିଥିଲେ । ସହରର ଅଗ୍ରଣୀ ଅନୁଷ୍ଠାନ ସ୍ୱଚ୍ଛଭାରତ ସଙ୍ଗଠନ ର କର୍ମକର୍ତ୍ତା ଏହି ସମାବେଶ ରେ ସ୍ୱଚ୍ଛତା, ରକ୍ତଦାନ, ପରିବେଶ ସୁରକ୍ଷା, ସଡ଼କ ସୁରକ୍ଷା ଓ ନିଶା ନିବାରଣ ଉପରେ ପ୍ଲା କାର୍ଡ ପ୍ରଦର୍ଶନ କରାଇ ସମାଜ କୁ ସଚେତନତା ବାର୍ତ୍ତା ଦେଇଥିଲେ । ଅବକାରୀ ଅଧିକ୍ଷୀକା ସୁମତି ତ୍ରିପାଠୀ ମଧ୍ୟ ସମସ୍ତ ଙ୍କୁ ନବବର୍ଷ ର ଶୁଭେଚ୍ଛା ଜଣାଇ ନିଶାସକ୍ତ ଅବସ୍ଥାରେ ଗାଡ଼ି ନ ଚଲାଇବାକୁ ପରାମର୍ଶ ଦେଇଥିଲେ । ପରେ ଉପସ୍ଥିତ ଅତିଥି ମାନଙ୍କ ସହ ଅନୁଷ୍ଠାନ ର କର୍ମକର୍ତ୍ତା ଜିଲ୍ଲା ସଦର ଡାକ୍ତରଖାନା, ମାତୃଓ ଶିଶୁ ହସପିଟାଲ ଓ ସହରର ଶାନ୍ତି କୁଟିରରେ ଫଳ ବଣ୍ଟନ କରିଥିଲେ ।

ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଜିଲ୍ଲା ଖାଉଟି ଓ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ଅଭିମନ୍ୟୁ କୁଶଳ, ଜିତେନ୍ଦ୍ର ପଟ୍ଟନାୟକ, ଜନ୍ମେଜୟ ପାତ୍ର, ଶେଷ ଦେବ ମେହେର, ରାଜକିଶୋର ତ୍ରିପାଠୀ, ସୁଧାଂଶୁ ସାହୁ,ସନ୍ତୋଷ ନାଏକ, ଆନନ୍ଦ ପାତ୍ର, ରମେଶ ଚନ୍ଦ୍ର ଜେନା, ସନ୍ତୋଷ ମେହେର ପ୍ରମୁଖ ଏ ସମସ୍ତ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ । ଜିଲ୍ଲା ର ବିଶିଷ୍ଟ ସାହାନାଇ ବାଦକ ଫକୀର ପ୍ରଧାନ ଏ ଅବସରରେ ସାହାନାଇ ବାଦନ କରି ସମସ୍ତ ଙ୍କୁ ଅଭିଭୂତ କରିଥିଲେ ।