ରାୟଗଡ଼ା ଗାନ୍ଧୀନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କୃତିତ୍ୱ

0
152
ରାୟଗଡ଼ା ଗାନ୍ଧୀନଗର

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୧/୧୨) : ରାୟଗଡ଼ା ଗାନ୍ଧୀନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ବୃତ୍ତି ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଯୋଗୁଁ ଖୁସିର ଲହରୀ ଖେଳିଯାଇଛି ।WhatsApp Image 2022 12 21 at 18.17.37 2 ରାୟଗଡ଼ା ଗାନ୍ଧୀନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଆଜି ରାୟଗଡ଼ା ଗାନ୍ଧୀନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଅଭିବାବକ ମହଲରେ ଖୁସିର ଲହରୀ ଖେଳିଯାଇଛି ଏବଂ ବିଦ୍ୟାଳୟର ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶଂସା ର ସୁଅ ଛୁଟିବାରେ ଲାଗିଛି । ଖବର ପ୍ରକାଶ ସୂତ୍ରରୁ ଜଣାପଡିଛି ୨୦୨୨ ଏବଂ ୨୦୨୩ ଶିକ୍ଷା ବର୍ଷ ପାଇଁ ହୋଇଥିବା ତୃତୀୟ ଓ ପଞ୍ଚମ ଶ୍ରେଣୀର ମୋଟ ୬ଜଣ ଛାତ୍ରଛାତ୍ରୀ ବୃତ୍ତି ପରୀକ୍ଷାରେ ସଫଳତାର ସହ କୃତିତ୍ୱ ଅର୍ଜନ କରିଛନ୍ତି ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ବାତ୍ରୀୟା ଏବଂ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆକ୍ରାନ୍ତ ପରିଶ୍ରମ ଏବଂ ପ୍ରୟାସର ଫଳ ସ୍ଵରୂପ ପାଇଁ ଚଳିତ ବର୍ଷ ବୃତ୍ତି ପରୀକ୍ଷାରେ ସଫଳତା ସହ ତୃତୀୟ ଶ୍ରେଣୀର ମାରିଆମା କନ୍ଧପାଣି, ଆର ଗୈାତମି , ୱାଇ କାବ୍ୟା ଓ ପଞ୍ଚମ ଶ୍ରେଣୀର ବି ସି ହେଚ୍ ବାସନ୍ଦ, ପ୍ରୀୟଙ୍କା ସାମଲ, ମାନା କନ୍ଧପାଣି ପ୍ରଥମ ଥର ପାଇଁ ରାୟଗଡ଼ା ସହରର ଗାନ୍ଧୀନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅଧ୍ୟୟନ କରି ଉକ୍ତ ଛାତ୍ରଛାତ୍ରୀ ମାନେ ବୃତ୍ତି ପରୀକ୍ଷାରେ ପାଇଥିବାରୁ ବିଦ୍ୟାଳୟର ଅବିଭାବକ, ପରିଚାଳନା ମଣ୍ଡଳୀ ଏବଂ ରାୟଗଡ଼ା ଜିଲ୍ଲା ପ୍ରଶାସନର ଅଧିକାରୀ ମହଲରେ ଆନନ୍ଦ ଲହରୀ ଖେଳିଯାଇଛି ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶଂସା ସହ ଶୁଭେଚ୍ଛାର ସୁଓ ଛୁଟିବାରେ ଲାଗିଛି ।