ଆଗାମୀ ବିଶ୍ୱ କପ ହକି ନିମନ୍ତେ ସଚେତନ ରାଲି ଅନୁଷ୍ଠିତ

0
227
ଆଗାମୀ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୨/୦୧) : ଆଗାମୀ ହକି ବିଶ୍ୱ କପ ଓଡ଼ିଶା ସରକାର ଙ୍କ ପୃଷ୍ଟପୋଷାକତା ଭୁବେନେଶ୍ୱର ର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ର ବିର୍ସାମୁଣ୍ଡା ହକି ଷ୍ଟାଡିଅମ ରେ ଅନୁଷ୍ଠିତ ହେବ ।

ଆଗାମୀ ବିଶ୍ଵକପ ହକି ଟ୍ରଫି ବିଭିନ୍ନ ଜିଲ୍ଲା ଗସ୍ତ କରି ସଚେତନ କରିଥିବା ବେଳେ ସ୍ଥାନୀୟ ଶ୍ରୀରାମ ଡିଗ୍ରୀ କଲେଜ ତରଫରୁ ଏନ ସି ସି, ଏନ ଏସ ଏସ ଓ କଲେଜ ର ଛାତ୍ର ଛାତ୍ରୀ ଏକ ରାଲି ରେ ସ୍ଥାନୀୟ କଲେଜ ରୁ ପୋଲିସ ଥାନା, ଓ ଷ୍ଟେଟ ବ୍ୟାଙ୍କ ଛକ ଦେଇ ଏକ ସଚେତନ ରାଲି ରେ ଗ୍ରାମ ପରିକ୍ରମା କରିଥିଲେ । କଲେଜ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ବନ ପାଲି, ଅଧ୍ୟାପକ ଭେଙ୍କଟ ରାଓ, ଦେବକାନ୍ତ ମିଶ୍ର, ରାମ ବେହେରା, ପ୍ରମୁଖ ଏହି ରାଲି ରେ ବୁଲି ବିଭିନ୍ନ ସ୍ଲୋଗାନ ଦେଇ ସଚେତନ ସୃଷ୍ଟି କରିଥିଲେ ।