ଟ୍ରାକ୍ଟର ଡାଲାକୁ ଧକ୍କା ଦେଇ ବାଇକ ଚାଳକ ମୃତ ଓ ଦୁଇଜଣ ଗୁରୁତ୍ତର

0
464
ଟ୍ରାକ୍ଟର ଡାଲାକୁ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୮/୧) : ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ରିଭଲକଣା ଓ ରାମପୁର ମଝିରେ ଛିଡାହୋଇ ରହଥିବା ଟ୍ରାକ୍ଟର ଡାଲାକୁ ଧକ୍କା ଦେଇ ବାଇକ ଚାଳକ ମୃତ ଓ ଦୁଇଜଣ ଗୁରୁତ୍ତର ।

ଟ୍ରାକ୍ଟର ଡାଲାକୁ ଧକ୍କା ଦେଇ ବାଇକ ଚାଳକ ମୃତ । ଏହି ଘଟଣାଟି ଘଟିଛି ଗତ ବିଳମ୍ବିତ ରାତ୍ରରେ । ମୃତ ଯୁବକ ରଇତ ହିମିରିକା ଓ ଅନ୍ୟ ଦୁଇ ଗୁରୁତ୍ତର ସୁନିଲ ହିମିରିକା , ଆନିସ ହୁଇକା ଙ୍କୁ କରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଖବର ନେବାରୁ ଜଣା ପଡିଛି ଯେ କଲ୍ୟାଣସିଂହପୁର ର କରକରିଆ ଲୋଇଚନ ଙ୍କ ଟ୍ରାକ୍ଟର ଚିପସ ବଜେଇ ଧରି କଲ୍ୟାଣସିଂହପୁର ଆସୁଥିବା ସମୟରେ ରିଭଲକୋଣା ନିକଟରେ ଚକା ପ୍ୟାଂଚ ହୋଇ ଯିବାରୁ ଗାଡିଟି ଅଟକି ରହିଥିଲା ।

ଏହି ସମୟରେ ଗୋଟିଏ ବାଇକରେ ତିନିଜଣ ଯୁବକ କଲଟିଗୁଡାରୁ ବାହାରି ରାମପୁର ରସ୍ତାଦେଇ ଜିବା ସମୟରେ ଉକ୍ତ ଟ୍ରାକ୍ଟର ଡାଲାକୁ ଧକ୍କା ଦେବାରୁ ତିନିଜଣ ଛିଟିକି ପଡିଥିଲେ ଏହି ଘଟଣାକୁ ଦେଖି କିଛଲୋକ ଉଧାରକରି ଜିଲ୍ଲା ମେଡିକାଲକୁ ପଠାଉଥିବା ସମୟରେ ବାଟରେ ରଇତ ହିମିରିକାର ମୃତ ହୋଇଥିଲା । ଦୁଇ ଯୁବକକୁ ଜିଲ୍ଲା ମେଡିକାଲରେ ଭର୍ତ୍ତି ପରେ ଗୁରୁତ୍ତର ଥିବାରୁ କରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣା ପଡିଛି । ଏହି ଘଟଣାକୁ ନେଇ ଉକ୍ତ ସ୍ଥାନରେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ଘଟଣାର ଖବରପାଇ ଚାନ୍ଦିଲି ଥାନା ପୁଲିସ ପହଞ୍ଚି ତଦନ୍ତ ଚଲାଇଛି । ପୁଲିସ ପକ୍ଷରୁ ଏହି ଘଟଣାର ପ୍ରତିକ୍ରିୟା ମିଳିନି ।