ଗର୍ଭବତି ଓ ପ୍ରସୁତି ଙ୍କୁ ଦିଆଯାଉଥିବା ବାଦାମଳଡୁ ରେ ଝିଣ୍ଟିକା ଓ ପିମ୍ପୁଡି

0
172
ଗର୍ଭବତି

ରିପୋର୍ଟ : ପ୍ରେମାନନ୍ଦ ନାଏକ
ବୀରମହାରାଜପୁର, (୧୦/୦୧) : ସରକାର ଗର୍ଭବତି ଓ ପ୍ରସୁତି ମାଁ ମାନଙ୍କ ସ୍ୱାସ୍ଥ୍ୟ କୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ପୁଷ୍ଟିକର ଖାଦ୍ୟ ମାଗଣାରେ ଦେଉଛନ୍ତି ।

କିନ୍ତୁ ସରକାରଙ୍କ ଏହି ମହତ ଉଦ୍ଦେଶ୍ୟ ଯେ ସାଧିତ ହେଉ ନାହିଁ କାରଣ ଗର୍ଭବତି ଓ ପ୍ରସୁତି ଙ୍କୁ ବଣ୍ଟନ ହେଉଥିବା ଅଣ୍ଡା, ଛତୁଆ, ବାଦାମ ଲଡୁ ଅତ୍ୟାନ୍ତ ନିମ୍ନମାନର ଅଭିଯୋଗ । ଏପରି କି ବାଦାମ ଲଡୁରେ ଗୁଡି ମାଟି ସହିତ ପିମ୍ପୁଡି ଏବଂ ଝିଣ୍ଟିକା ବାହାରୁଥିବା ଦେଖାଯାଇଛି । ବୀରମହାରାଜପୁର ସମ୍ବନିତ ଶିଶୁ ବିକାଶ କାର୍ଯ୍ୟାଳୟ ଅଧିନସ୍ଥ ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ର ଅଧିନରେ ଥିବା ଗର୍ଭବତି ଓ ପ୍ରସୁତି ମାଁ ମାନଙ୍କୁ ଦିଆଯାଇଥାଏ ।

ଗତ ମାସାଧିକ କାଳ ଅଙ୍ଗନଓ୍ବାଡି କର୍ମି ମାନେ ସାରାରାଜ୍ୟ କାର୍ଯ୍ୟଛାଡି ଗଣଧାରଣାରେ ଥିବା ବେଳେ ସେହି ସମୟରେ ସରକାର ଗର୍ଭବତି ଓ ପ୍ରସୁତି ମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସରକାର ସଚେତନ ରହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ମାଧ୍ୟମରେ ଗର୍ଭବତି ଓ ପ୍ରସୁତି ମାନଙ୍କୁ ବାଦାମ ଲଡୁ, ଛତୁଆ, ସୁଜି ହାଲୁଆ ଆଦି ସୂଚାରୁରୂପେ ବଣ୍ଟନ କରିଥିଲେ । କିନ୍ତୁ ଛତୁଆ ପ୍ରସ୍ତୁତ କାରି ସଂସ୍ଥା ମାନେ ଅତ୍ୟାନ୍ତ ନିମ୍ନମାନର ଛତୁଆ ତିଆରି କରି ବଣ୍ଟନ କରୁଥିବା ଦେଖାଯାଉଛି ।

ଦିଆଯାଉଥିବା ବାଦାମ ଲଡୁ ଧୁଲି ରେ ଭର୍ତ୍ତି ହେଉଥିବା ବେଳେ ବାଦାମ ଲଡୁ କୁ ଖାଇବା ସମ୍ଭବ ହେଉନଥିଲା । ଏବେ ଦେଖାଯାଇଛି ବାଦାମଲଡୁ ରେ ପିମ୍ପୁଡି ଏବଂ ଝିଣ୍ଟିକା ଲଡୁ ସହ ମିଶି ଗର୍ଭବତି ପ୍ରସୁତି ମାନଙ୍କୁ ବଣ୍ଟନ ହେଉଛି । ପ୍ରସ୍ତୁତି ସମୟରେ ପରିବେଶ କଥା କୁ ଧ୍ୟାନ ଦିଆଯାଉନଥିବା ଅନୁମେୟ ହେଉଛି । ଛତୁଆ, ଲଡୁର ମାନ ଏବଂ ତଦାରଖ ନେଇ ବୀରମହାରାଜପୁର ସି.ଡି.ପି.ଓ ସୁଦର୍ଶନି ରଥ ଙ୍କୁ ପଚରାଯିବାରୁ ସେ କୈାଣସି ସଠିକ ଉତ୍ତର ଦେଇ ନ ପାରି କଥା କୁ ଏଡେଇ ଦେବା ସହ ପଚାରୁଛି କହି ନିଜ କର୍ତ୍ତବ୍ୟ ସାରି ଦେଇଥିଲେ ।

ଯଦି ଗର୍ଭବତି ଏବଂ ପ୍ରସୁତି ମାନଙ୍କୁ ଦିଆଯାଉଥିବା ଖଦ୍ୟ ନିମ୍ନମାନର ତେବେ ବଣ୍ଟନ ହେଉଥିବା ଖଦ୍ୟ କୁ କାହିଁକି ଠିକ ସମୟରେ ଖାଦ୍ୟର ମାନ ତଦାରଖ କରାଯାଉ ନାହିଁ । ଏହିପରି ଖାଦ୍ୟ ବଣ୍ଟନ ର ଦାୟିତ୍ୱରେ ରହି ରାଜନେତା ଓ ପ୍ରଶାସନିକ ଅଧିକାରିଙ୍କୁ ହାତ କରି ଯେଉଁ ପ୍ରକାର ଖାଦ୍ୟ ଦିଆଗଲେ ମଧ୍ୟ ସବୁ ଠିକ ବୋଲି ଅଧିକାରି କହୁଥିବା ସାଧାରଣରେ ଆଳୋଚନା ହେଉଛି ।