ମିନିଭେନ ସହ ୧୫ଟି ପଟ୍ଟା ଜବତ ଗାଡି ଚାଳକ ସହ ଦୁଇ ମାଫିଆକୁ ଗିରଫ

0
211
ମିନିଭେନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୦/୧) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବନ ବିଭାଗ ପକ୍ଷରୁ ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗଙ୍କ ନେତୃତ୍ଵରେ କଲ୍ୟାଣସିଂହପୁର ରେଞ୍ଜ ଓ ସିକପାଇ ରେଞ୍ଜର ଏକଟିମ ରାତ୍ର ପେଟ୍ରୋଲିଙ୍ଗ କରୁଥିବାବେଳେ ବିଜେପୁର ଠାରୁ ଜେକପୁରକୁ ଗୋଟିଏ ଗାଡି ନଂ ଓଡ଼ି ୦୮ ବି ୩୫୮୭ ମିନିଭେନ ରେ ବେଆଇନରେ ଶାଳପଟ୍ଟା ଚାଲାଣ କରାଯାଉଥିବା ଜାଣି ଗାଡିର ପିଛାକରି ବେଲକଣା ନିକଟରେ କାବୁ କରିଥିଲେ ।WhatsApp Image 2023 01 10 at 15.12.27 ମିନିଭେନ ସହ ୧୫ଟି ପଟ୍ଟା ଜବତ ଗାଡି ଚାଳକ ସହ ଦୁଇ ମାଫିଆକୁ ଗିରଫ

ଗାଡିକୁ ଯାଞ୍ଚ କରିବାପରେ ଉକ୍ତ ଭେନରେ ପ୍ରାୟ ଚାରିଇଞ୍ଚି ମୋଟା ଆଠ ଇଞ୍ଚି ଅଶାର ଛଅ ଫୁଟ ଲମ୍ବାର ୧୫ଟି ଶାଳପଟ୍ଟା ରହିଥିବାରୁ ସରକାରଙ୍କ ନିୟମ ଅନୁଯାୟୀ କାଗଜପତ୍ର ମାଗିଥିଲେ କିନ୍ତୁ ଉପଯୁକ୍ତ ସମୟରେ କୌଣସି କାଗଜ ଦେଖାଇ ନଥିବାରୁ ପଟ୍ଟାସହ ମିନିଭେନ କୁ ଜବତକରି ତିନିଜଣ ଜଗତରାମ ବାଗ୍ , ଦିପକ ନାୟକ, ସୁବାଶ କୁଲିସିକା କୁ ଗିରଫ କରିଥିଲେ ।

ଏହି ତିନିଜଣ ମଧ୍ୟରୁ ଜଣେ କଲ୍ୟାଣସିଂହପୁର ଓ ଅନ୍ୟ ଦୁଇଜଣ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ଅଞ୍ଚଳର । ସମସ୍ତ ତଦନ୍ତ ପରେ ଏମାନଙ୍କୁ ମେଡିକାଲ ଟେଷ୍ଟ ପରେ କୋର୍ଟ ଚାଲାଣ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ଗମାଙ୍ଗ ସୂଚନା ଦେଇଛନ୍ତି । ଏହି ପେଟ୍ରୋଲିଙ୍ଗ ସମୟରେ ଫରେଷ୍ଟ ପ୍ରଦିପ୍ତ କୁମାର ଜେନା, ଦିନବନ୍ଧୁ ଶବର, ଫରେଷ୍ଟ ଗାର୍ଡ ସୁବାଶ ଶବର, କେଦାର ବାଉରି, ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ ଓ ଅନ୍ୟ କର୍ମଚାରୀ ମାନେ ରହିଥିଲେ ।