ସାଂସ୍କୃତିକ ଉତ୍ସବ “ଇଡ଼ାଇ ଇଡିତାଲ” – ୨୦୨୩ କଳସ ଯାତ୍ରାରେ ଦୁଲୁକିଲା ଗୁଣପୁର ସହର

0
287
ସାଂସ୍କୃତିକ ଉତ୍ସବ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ 
ଗୁଣପୁର, (୧୧/୧) : ଆଜି ରାୟଗଡ଼ା ଜିଲ୍ଲା ଗଣପର୍ବ “ଚଇତି” ର ଉପଖଣ୍ଡ ସ୍ତରୀୟ ସାଂସ୍କୃତିକ ଉତ୍ସବ “ଇଡ଼ାଇ ଇଡିତାଲ” ପାଇଁ ଦୁଲୁକି ଉଠୁଛି ଗୁଣପୁର ସହର ।WhatsApp Image 2023 01 11 at 09.59.40 ସାଂସ୍କୃତିକ ଉତ୍ସବ "ଇଡ଼ାଇ ଇଡିତାଲ" - ୨୦୨୩ କଳସ ଯାତ୍ରାରେ ଦୁଲୁକିଲା ଗୁଣପୁର ସହର

ଆଦିବାସୀ ମାନଙ୍କ ପରମ୍ପରା, କଳା ସଂସ୍କୃତି ଓ ଲୋକ କଳାକୁ ଉଜ୍ଜିବିତ କରିବା ଉଦ୍ଦେଶ୍ୟରେ ଏହି ସାଂସ୍କୃତିକ ଉତ୍ସବ “ଇଡ଼ାଇ ଇଡିତାଲ” ପାଳନ ହୋଇ ଆସୁଛି । ଗୁଣପୁର ଉପଜିଲ୍ଲାପାଳ ଲଳିତ କୁମାର କହଁର ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ରିତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରାରେ କଳସ ଯାତ୍ରା ବାହାରିଥିଲା । ହଜାର ହଜାର ଲୋକଙ୍କ ଗହଣରେ ବିଭିନ୍ନ ପାରମ୍ପାରିକ ଆଦିବାସୀ ନୃତ୍ୟ, ଗଞ୍ଜାମର ଯୋଡ଼ି ଶଙ୍ଖ ସାଙ୍ଗକୁ ବାଦ୍ୟର ତାଳେ ତାଳେ ନାଚିଥିଲେ ମହିଳା, ଯୁବକ, ଛାତ୍ରଛାତ୍ରୀ, ବ୍ଲକ ସ୍ତରୀୟ କର୍ମଚାରୀ ଓ ଜନପ୍ରତିନିଧି ।

ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ରାଲିର ମୂଖ୍ୟ ଆକର୍ଷଣ ସାଜିଥିବା ବେଳେ, ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଅନସୂୟା ମାଝୀ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଲୋକନାଥ ଦଳବେହେରା, ଆବାହକ ଡ: ଚନ୍ଦ୍ରଧ୍ଵଜ ପଣ୍ଡା, ବିଧାୟକ ରଘୁନାଥ ଗମାଙ୍ଗ, ପୈ।ରାଧ୍ୟକ୍ଷା ମମତା ଗୌଡ଼, ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ପ୍ରମୁଖ କଳସକୁ ମୁଣ୍ଡରେ ଧରି ସହର ପରିକ୍ରମା କରି ଚଇତି ମଣ୍ଡପରେ ସ୍ଥାପନା କରିଥିଲେ ।

ଉକ୍ତ ଶୋଭାଯାତ୍ରାରେ ଗୁଣପୁର ତହସିଲଦାର ଶରତ ଚନ୍ଦ୍ର ନାୟକ, ବିଡିଓ ଶାନ୍ତିପ୍ରଭା ପ୍ରଧାନ, ପଦ୍ମପୁର ବିଡ଼ିଓ ରୀନା ପ୍ରଧାନ, ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ରାମନାଗୁଡା ବିଡ଼ିଓ ପ୍ରଭାତି ଝୋଡିଆ, ଗୁଡାରି ତହସିଲଦାର ଭାରତୀ ଦେବୀ, ଜନପ୍ରତିନିଧି ଅଶ୍ୱିନୀ ଗମାଙ୍ଗ, ସୁଦର୍ଶନ ଶବର, ବାଳି ଗମାଙ୍ଗ, ଗଗନ ଆଚାର୍ଯ୍ୟ, ବାସା ଶତପଥୀ ପ୍ରମୁଖ ସାମିଲ ହୋଇ ବାଦ୍ୟର ତାଳେ ତାଳେ ମନଖୋଲି ନାଚିଥିଲେ । ଏହି କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା ଓ ଅନନ୍ତ ପାତ୍ର ପରିଚାଳନା କରିଥିବା ବେଳେ ଆଇଆଇସି ନୀଳାମ୍ବର ଜାନୀ ଙ୍କ ନେତୃତ୍ବରେ ସୁରକ୍ଷା କର୍ମୀ ଓ ଏନସିସି କ୍ୟାଡ଼ର ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।