ମକର ଯାତ୍ରା ଦେଖି ଫେରିବା ବେଳେ ସଡ଼କ ଦୁର୍ଘଟଣା : ଦୁଇ ମୃତ ଦୁଇ ଗୁରୁତର

0
96
ମକର ଯାତ୍ରା

ରିପୋର୍ଟ : ସୁଶାନ୍ତ ବେହେରା
କଣ୍ଟାମାଳ, (୧୫/୦୧) : ମକର ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା । ଭୟାନକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ମିଳିଥିବା ସୂଚନା ଅନୁଯାୟୀ ପଳସାଗୋରା ଠାରେ ଚାଲିଥିବା ମକର ଯାତ୍ରା ଦେଖିବାକୁ ଆସି ଫେରିବା ବାଟରେ ଛକି ବସିଥିଲା ଯମ ନେଇଗଲା ଦୁଇ ନିରୀହ ଜୀବନ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଧାନଖଣ୍ଡି ଛକ ନିକଟରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହେବା ଫଳରେ ଦୁଇଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଦୁଇଜଣ ହେଲେ କଣ୍ଟାମାଳ ଥାନା ସୁଲିଆ ଗ୍ରାମର ନବୀନ ଦନ୍ତା ଓ ୧୪ ବର୍ଷୀୟ ନାବାଳକ ସୌମ୍ୟ ପାଣଗ୍ରାହୀ । ଦୁଇ ଗୁରୁତର ଙ୍କୁ ଆମ୍ବୁଲାନ୍ସ ଯୋଗେ ସୋନପୁର ମୁଖ୍ୟ ଡାକ୍ତରଖାନା କୁ ପଠାଇଥିବା ବେଳେ ଘଟଣା ସ୍ଥଳରେ କଣ୍ଟାମାଳ ପୋଲିସ ପହଞ୍ଚି ଦୁଇ ଜଣଙ୍କ ସବ ଜବତ କରିବା ସହ ଘଟଣା ର ଅଧିକ ତଦନ୍ତ ଜାରି ରଖିଛି ।