ତିନିତୁଳା ସୁନା, ସାତ ହଜାର ଟଙ୍କା ଚୋରି ଅଭିଯୋଗ : ସନ୍ଦେହ ରେ ଦୁଇ ଜଣ ଅଟକ

0
227
ତିନିତୁଳା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୦/୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦରରେ ପୁତି ସରୋଜନୀ ଙ୍କ ଘରୁ ତିନିତୁଳା ସୁନା, ସହ ସାତ ହଜାର ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ପୁତି ସରୋଜନି ତାଙ୍କ ପରିବାର ସହିତ ୧୪ ତାରିଖ ଦିନ ମକର ସଂକ୍ରାନ୍ତି ପାଳିବା ପାଇଁ କେରେଡା ଯାଇଥିଲେ । ଘରେ ନିଜ ପୁତୁରା ତ୍ରିମୁଲା ସୁନ୍ଦରଡା କୁ ଶୋଇବା ପାଇଁ କହି ଘର ଦାୟିତ୍ୱ ଦେଇ ଯାଇଥିଲେ । ଉକ୍ତ ଲୋକଟି ରାୟଗଡ଼ା ଜିଲ୍ଲାର ହେଉଥିବା ଚଇତି ପର୍ବ ଦେଖିବାକୁ ୧୮ତାରିଖ ଅପରାହ୍ନ ରେ ଯାଇଥିଲେ । ଚଇତି ଯିବାର ସୁଯୋଗ ନେଇ କିଛି ଦୁର୍ବୁତ୍ତ ଜୋର ଜୋବଦସ୍ତ କବାଟ ତାଲା ଭାଙ୍ଗି ଘରେ ପଶି ଆଲମାରୀ ରେ ଥିବା ଦୁଇ ତୁଳା ବେକ ହାର, ଏକ ତୁଳା କାନ ଫୁଲ ସୁନା ଗହଣା ସହିତ ଅନଗ ସାତ ହଜାର ଟଙ୍କା ଚୋରି ହୋଇଛି । ୧୯ ତାରିଖ ଦିନ ୧୨ଟା ସମୟରେ ତ୍ରିମୁଲା ଘରକୁ ଆସି ଦେଖିବା ବେଳେ କବାଟ ଖୋଲା ରହିଥିବା ଦେଖି ପୁତି ସରୋଜିନୀ ଙ୍କୁ ଜଣାଇଥିଲେ । ଉକ୍ତ ଖବର ପାଇ ପରିବାର ଲୋକେ ଆସି ଆଲମାରୀ ରେ ରଖିଥିବା ତିନିତୁଳା ସୁନା, ନଗଦ ସାତ ହଜାର ଟଙ୍କା ଚୋରି ହୋଇଥିବା ଦେଖିଥିଲେ ।

ଏହାକୁ ନେଇ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହାକୁ କେସ ନମ୍ବର ୪୫୭/୩୮୦ ଆଇ ପି ସି ରେ ମାମଲା ରୁଜ୍ଜୁ କରି ପୁଲିସ ଘଟଣାର ତଦନ୍ତ ଚଲାଇଛି । ଆଜି ଅନୁସନ୍ଧାନୀ କୁକୁର ସହ ସ୍ଵାର୍ଡ ଦଳ ଆସି ଦୁଇ ଜଣ କୁ ଠାବ କରିଥିବାରୁ ସେହି ଦୁଇଜଣଙ୍କୁ ସନ୍ଦେହରେ ଥାନା ରଖି ପଚରାଉଚରା ଚଳଇଛନ୍ତି ବୋଲି ସୂଚନା ମିଳିଛି । ଏ ସମ୍ପର୍କରେ ଏସ ଆଇ ଶିବ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ତଦନ୍ତ ଚାଲିଛି ଚୋର ଧରାପଡିନି । ଉକ୍ତ ବ୍ଲକରେ ବାରମ୍ଭାର ଚୋରି ହେଉଥିଲେ ମଧ୍ୟ ପୁଲିସ ଚୋରକୁ ଧରିବାରେ ବିଫଳ ହେଉଛି । କଲ୍ୟାଣସିଂହପୁର, ଶିକରପାଇ, ସେରିଗୁମ୍ମା ରେ ଚୋରି ହୋଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଚୋର କୁ ଧରିବାରେ ବିଫଳ ହୋଇଛି ପୁଲିସ ।