ଗଞ୍ଜେଇ ଚୋରାଚାଲାଣ ବେଳେ ଧରିଲା ପୋଲିସ, ୪ ଗିରଫ

0
107
ଗଞ୍ଜେଇ ଚୋରାଚାଲାଣ

ରିପୋର୍ଟ : ଓଡିଶା ନ୍ୟୂଜୁ ୨୪ ବ୍ୟୁରୋ //
କୋରାପୁଟ, (୨୧/୦୧) : ପୁଣି ଲମତାପୁଟ ପୋଲିସ୍ କୁ ବଡ଼ ସଫଳତା । ଅଭିନବ ଉପାୟରେ ସ୍କୁଲ ବ୍ୟାଗରେ ଗଞ୍ଜେଇ ଚୋରାଚାଲାଣ ବେଳେ ଲମତାପୁଟ ପଲିସ ମାଡି ବସିଲା ।

ଲମତାପୁଟ ଅଞ୍ଚଳ ରୁ ବାହାର ରାଜ୍ୟ କୁ ଗଞ୍ଜେଇ ଚୋରାଚାଲାଣ ବେଳେ ମଲେଗାଁ ଛକ ନିକଟ ରେ ମାଡିବସିଲା ପୋଲିସ । ପେଟ୍ରୋଲିଙ୍ଗ ସମୟରେ ମଲେଗାଁ ଛକରେ ୪ ଜଣ ବ୍ୟକ୍ତି ସ୍କୁଲ ବ୍ୟାଗ କାନ୍ଧରେ ପକାଇ ବସ କୁ ଅପେକ୍ଷା କରିଥିବା ବେଳେ ସନ୍ଦେହ କରି ପୋଲିସ ବ୍ୟାଗ ଗୁଡିକ ଯାଞ୍ଚ କରିବାରୁ ବ୍ୟାଗ ଗୁଡି଼କରେ ଗଞ୍ଜେଇ ଥିବା ପାଇଥିଲା ।

ବ୍ୟାଗ ଗୁଡିକରୁ ୨୨ କେଜି ଗଞ୍ଜେଇ ଥିବା ବେଳେ ୪ ଜଣକୁ ଗିରଫ କରିଛି ପୋଲିସ । ଏହାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ପଲିସ କହୁଥିବା ବେଳେ ଅବିଯୁକ୍ତ ଙ୍କୁ ପଚାର ଉଚରା ପରେ ସ୍ଥାନୀୟ ଯୁବକ ଙ୍କ ଠାରୁ କିଣିଥିବା କହିଥିଲେ । ବିଶେଷ ସୂତ୍ର ରୁ ଜଣା ପଡିଛି ସମ୍ପୃକ୍ତ ଥିବା ସ୍ଥାନୀୟ ୩ ଜଣ ଯୁବକ ଙ୍କୁ ଅଟକ ରଖିଛି ପଲିସ । ଏବେ ଗାଡି ରେ ଗଞ୍ଜେଇ ଚୋରା ଚାଲାଣ କରିବା ଦ୍ୱାରା ପୋଲିସ ନଜର କୁ ଆସି ଯାଉଥିବାରୁ ଏବେ ସ୍କୁଲ ବ୍ୟାଗ ରେ ଗଞ୍ଜେଇ ଚୋରା ଚାଲାଣ ଆରମ୍ବ ହୋଇ ଥିବା ସୂଚନା ଦେଇ ଛନ୍ତି SDPO ।