ପ୍ରେସ ଲେଖାଥିବା କାରରେ ଚୋରା ମଦ ବ୍ୟବସାୟ

0
195
ଲେଖାଥିବା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୨୪/୦୧) : ପ୍ରେସ ଲେଖାଥିବା କାରରେ ଚାଲିଥିଲା ଚୋରା ମଦ ବ୍ୟବସାୟ । ଖବର ପାଇ ମାଡ଼ି ବସିଲା ଢ଼େଙ୍କାନାଳ ଟାଉନ ଥାନା ପୋଲିସ ।

ଢ଼େଙ୍କାନାଳ ଟାଉନ ଥାନା ଅଧୀନ ସିମିଳିଆ ନିକଟରେ ଏକ ପ୍ରେସ ଲେଖାଥିବା କାରରେ ଚୋରା ଦେଶୀ ମଦ ଯାଉଥିବାର ଖବର ପାଇଥିଲା ପୋଲିସ । ପୋଲିସ ଖବର ପାଇ ଉକ୍ତ କାରରୁ ୧୫୦ ଲିଟର ଦେଶୀ ମଦ ଜବତ କରିବା ସହ କାରଟିକୁ ଜବତ କରିଛି । ଚଢାଉ ସମୟରେ କାର ଡ୍ରାଇଭର ଓ ଅଭିଯୁକ୍ତ ଚଂପଟ ଖସି ଫେରାର ହୋଇ ଯାଇଛନ୍ତି । ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ।