ମହାମାୟା ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁଟ ତରଫରୁ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

0
110
ଅନୁଷ୍ଠିତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆପଡ଼ା, (୨୯/୦୧) : ସଦର ବ୍ଲକ ସ୍ଥିତ ମହାମାୟା ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁଟ ତରଫରୁ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ମହାମାୟା କଲେଜ ର ବିଭିନ୍ନ ବିଭାଗର ଛାତ୍ର ଛାତ୍ରୀ ମାନେ ପ୍ରଥମେ ନୂଆପଡ଼ା ସହର ତେଲି ପଡ଼ା ଛକ ଠାରୁ ମଶାଲ ଯାତ୍ରା ବାହାର କରି ଦରଲିମୁଡ଼ା ଖେଳ ପଡିଆ ଠାରେ ପହଞ୍ଚି ଥିଲେ । ଏହି ବାର୍ଷିକ କ୍ରୀଡ଼ା ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ପଦ୍ମପୁର ବିଧାୟକ ସତ୍ୟ ଭୂଷଣ ସାହୁ ଯୋଗ ଦେଇଥିବା ବେଳେ ବିଶିଷ୍ଟ କ୍ରୀଡାବିତ ସରୋଜ ସାହୁ ଏବଂ ଜିଲ୍ଲା କ୍ରିକେଟ ସଂଘ ସଭାପତି ପ୍ରକାଶ ସାହୁ ଯୋଗଦେଇଥିଲେ ।