ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡ଼ା, (୩୦/୦୧) : କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଠାରେ ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ।
ମୃତକ ମଧୁଶାସନ ଗ୍ରାମର ସତ୍ୟାନନ୍ଦ ତ୍ରିପାଠୀ ଙ୍କ ପୁତ୍ର ଜୀବନ ଜ୍ୟୋତି ତ୍ରିପାଠୀ (ପିଣ୍ଟୁ) ୨୭ ବର୍ଷ । ଗତ କାଲି ରାତିରେ କୁଦାନଗରୀ ମାଘ ମେଳା ଦେଖିବାକୁ ଆସିଥିଲା । ଭୋରରୁ ଘରକୁ ଯିବା ବାଟରେ ଏକ ନିମ୍ବ ଗଛ ରେ ପିଟିହୋଇ କେନାଲ ଭିତରକୁ ଛିଟିକି ପଡ଼ିଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ନିଶ୍ଚିନ୍ତକୋଇଲି ମେଡିକାଲ କୁ ନେଇଥିଲେ । ଡାକ୍ତର ସେଠାରେ ମୃତ ଘୋଷଣା କରିଥିବା ବେଳେ ଖବର ପାଇ କୁଦାନଗରୀ ଥାନା ଅଧିକାରୀ ଦେବାଶିଷ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଭଙ୍ଗା ବାଇକ ଜବତ କରିବା ସହ କେନ୍ଦ୍ରାପଡ଼ା ମେଡିକାଲ କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛନ୍ତି । ମୃତକ ପିଣ୍ଟୁ ଚେନ୍ନାଇ ରେ ଏକ ବେସରକାରୀ ସଂସ୍ଥା ରେ ଚାକିରି କରିଥିବାବେଳେ ୧୦ମାସ ପୂର୍ବରୁ ବିବାହ କରିଥିଲେ ।