ପାପକ୍ଷୟ ଲୋକ ମହୋତ୍ସବ ଉଦଘାଟିତ : ନୃତ୍ୟ, ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

0
151
ପାପକ୍ଷୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୧/୦୨) : ଐତିହାସିକ ପର୍ଯ୍ୟଟନ ସ୍ଥଳୀ ବିନିକା ମାଟିର କଳା, ସଂସ୍କୃତି, ଐତିହ୍ୟକୁ ଉଜ୍ଜୀବିତ କରିବା ନେଇ ଆଜିଠାରୁ ଆରମ୍ଭ ହୋଇଛି ପାପକ୍ଷୟ ଲୋକ ମହୋତ୍ସବWhatsApp Image 2023 02 02 at 10.09.42 1 ପାପକ୍ଷୟ ଲୋକ ମହୋତ୍ସବ ଉଦଘାଟିତ : ନୃତ୍ୟ, ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଏହା ୪ଦିନ ଧରି ଚାଲିବ । ଆଜି ଦିନ ୧୨ ଘଣ୍ଟା ସମୟରେ ପର୍ଯ୍ୟଟନ ସ୍ଥଳୀ ପୁଣ୍ୟପୀଠ ପାପକ୍ଷୟ ଠାରେ ପୁରୋହିତ ମନୋଜ ପଣ୍ଡାଙ୍କ ଦ୍ଵାରା ପୂଜାର୍ଚ୍ଚନା ପରେ କମିଟି ସଦସ୍ୟ, କଳାପ୍ରେମୀ ଓ ଅଞ୍ଚଳର ସଚେତନ ଯୁବକ ମାନଙ୍କର ମଶାଲ ଶୋଭାଯାତ୍ରା ବାହାରି ବିନିକାର ଇଷ୍ଟଦେବୀ ମା ନାରାୟଣୀଙ୍କ ମନ୍ଦିରକୁ ପହଞ୍ଚିଥିଲା ସେଠାରେ ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ଦଣ୍ଡ ନୃତ୍ୟ, ଘୁମୁରା ନାଚ, ଖଞ୍ଜଣି, କିର୍ତ୍ତନ୍ୟ, ବାଡିଖେଳ କରମା ନୃତ୍ୟ ସହରକୁ ଦୂଳକାଇ ଦେଇଥିଲା ଶୋଭାଯାତ୍ରା ମହୋତ୍ସବ ପେଣ୍ଡାଲକୁ ପହଁଚିବା ପରେ ଶତାଧିକ କଲାପ୍ରେମୀଙ୍କ ଉପସ୍ଥିତିରେ ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ, ବିଡ଼ିଓ ବ୍ୟାସଦେବ ବେହେରା ମଞ୍ଚରେ ପୂଜାର୍ଚ୍ଚନା ପୂର୍ବକ ଫିତା କାଟି ଉଦ୍ଘାଟନ କରିଥିଲେ ।

ସନ୍ଧ୍ୟାରେ ମହୋତ୍ସବରେ ଯୋଗଦେଇଥିବା ଅତିଥି ମାନଙ୍କ ଦ୍ଵାରା ମଞ୍ଚରେ ମାଁ ନାରାୟଣୀଙ୍କ ଠାରେ ଦୀପ ପ୍ରଜ୍ଜ୍ୱଳନ ପରେ ପାପକ୍ଷୟ ଲୋକ ମହୋତ୍ସବ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଥିଲା । ମହୋତ୍ସବ କମିଟୀ ସଭାପତି ସୁଧାଂଶୁ ଶେଖର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଟିତ ଏହି ମହୋତ୍ସବରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ବିନିକା ବିଡିଓ ବ୍ୟାସଦେ ବେହେରା, ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅଞ୍ଚଳର ଲୋକକଳା, ସଂସ୍କୃତିକୁ ପୁନର୍ଜୀବିତ କରିବା, ମାଟିର ଐତିହ୍ୟକୁ ବଜାଜ ରଖିବା ଏହି ମହୋତ୍ସବର ମହନୀୟତାକୁ ପ୍ରତିପାଦନ କରୁଛି ବୋଲି କରିଥିଲେ ।WhatsApp Image 2023 02 02 at 10.09.43 ପାପକ୍ଷୟ ଲୋକ ମହୋତ୍ସବ ଉଦଘାଟିତ : ନୃତ୍ୟ, ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଏହି ଅବସରରେ ପାପକ୍ଷୟ ସମ୍ମାନରେ ଅରୁଣ ମେହେରଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ପେଣ୍ଡାଲରେ ପ୍ରଦର୍ଶନ କରିଥିବା କଳାକାର ଓ ନୃତ୍ୟ ଦଳ ମାନଙ୍କୁ ମଧ୍ୟ ମାନପତ୍ର ପ୍ରଦାନ କରାଯାଇଥିଲା । ହିମାଂଶୁ ଭୁଷଣ ପଣ୍ଡା ମଞ୍ଚ ପରିଚାଳନା ଏବଂ ଶେଷରେ ସମ୍ପାଦକ ମାନସ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ରେଶ୍ମାରାଣୀ ଦାଶ ଓ ଦେବାନନ୍ଦ ଦାଶଙ୍କ କଣ୍ଠରେ ସୁ ମଧୁର ସଙ୍ଗୀତ ପରିବେଷଣ, ଲୋଇସିଂହାର ସଙ୍ଗୀତ ସାଧନା, ବରଗଡ଼ ଚେତନା କଳା ପରିଷଦ ତରଫରୁ ଲୋକନୃତ୍ୟ ପରିବେଷଣ ଉପସ୍ଥିତ ଦର୍ଶକ ଓ କଳାପ୍ରେମୀଙ୍କୁ ବାନ୍ଧି ରଖିଥିଲା ।