ପୁଲୁଗୁମି ଠାରେ ହାତୀ ଉପଦ୍ରବ

0
118
ପୁଲୁଗୁମି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨/୨) : କାଶୀନଗର ବନାଂଚଳ ଅନ୍ତର୍ଗତ ପୁଲୁଗୁମି ଠାରେ ଗତ କାଲିଠାରୁ ଛଅ ଟିକିଆ ହାତୀ ପଲ ପହଞ୍ଚି ଉପଦ୍ରବ ଚଳାଇଛନ୍ତି ।

ଗତ କିଛି ଦିନ ହେଲା କାଶୀନଗର ଅଞ୍ଚଳରେ ହାତୀ ଉପଦ୍ରବ ନେଇ ତାର ପ୍ରତିକାର ନିମନ୍ତେ ବନଖଣ୍ଡ ଅଧିକାରୀ ପଞ୍ଚାୟତ ପ୍ରତିନିଧି ପ୍ରଶାସନ ପୋଲିସର ମିଳିତ ବୈଠକ କରାଯାଇଥିଲା । ବର୍ତମାନ ଜଙ୍ଗଲରେ ପାଣି ବିନା ଖାଦ୍ୟ ନ ପାଇ ହାତୀ ଗ୍ରାମଆଭିମୁଖୀ ହୋଇ ପୁଲୁଗୁମି ଠାରେ ଉପଦ୍ରବ ଚଳାଇଛନ୍ତି । ବର୍ତମାନ ଏଠାରେ ପାଣି ଆଖୁ ଫସଲ ଖାଇ ନଷ୍ଟ କରିଥିବା ଜଣାପଡୁଛି । ଫସଲ ନଷ୍ଟ ସହ ଜନ ସାଧାରଣ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଜଙ୍ଗଲ ବିଭାଗ ଦୃଷ୍ଟି ଦେଇ ପ୍ରତିକାର ନିମନ୍ତେ ଦାବି ହେଉଛି । ହାତୀର ସୁରକ୍ଷା ନିମନ୍ତେ ଗୁଣୁପୁର ଓ କାଶୀନଗର ବନ ବିଭାଗ ଓ ବିଦ୍ୟୁତ ବିଭାଗ ମିଳିତ ଭାବେ ସୁରକ୍ଷା ନିମନ୍ତେ ଉଦ୍ୟମ ଜାରି ରହିଛି ।