ଦଳୀୟ କନ୍ଦଳ ଯୋଗୁଁ ସହର ରେ ପରିମଳ ବ୍ୟବସ୍ଥା ଓ ମରାମତି ତଥା ଉନ୍ନତି ମୂଳକ କାର୍ଯ୍ୟ ଠପ୍

0
140
ଦଳୀୟ କନ୍ଦଳ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଟିଟିଲାଗଡ, (୦୫/୦୨) : ଦଳୀୟ କନ୍ଦଳ ଯୋଗୁଁ ସହର ରେ ପରିମଳ ବ୍ୟବସ୍ଥା ଓ ମରାମତି ତଥା ଉନ୍ନତି ମୂଳକ କାର୍ଯ୍ୟ ଠପ୍ ବିଭାଗୀୟ ସଚିବ ଙ୍କୁ ଦାବି ।

ଟିଟିଲାଗଡ ପୌରପରିଷଦ ଅଧିକାରୀ ସ୍ଥାନୀୟ ୧୫ ନମ୍ୱର ୱାର୍ଡ କାଉନସିଲର ସୁନିଲ ଆଚାର୍ଯ୍ୟ ଙ୍କ ପ୍ରସ୍ତାବିତ କ୍ରମେ ଟିଟିଲାଗଡ ଡି ଏ ଭି କଲେଜ ଖେଳ ପଡିଆ ନିକଟରେ ଏକ ଖୋଲା ବ୍ୟାୟାମ ସାଳା ନିର୍ମାଣ ନିମନ୍ତେ ସ୍ଥାନ ପରିଦର୍ଶନ କରି ଯାଇଛନ୍ତି । ଯାହା ଖୁବ୍ ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ସ୍ଥିର ହୋଇଛି । ଏହା ଅତ୍ୟନ୍ତ ପ୍ରଶଂସନୀୟ ଓ ସ୍ୱାଗତ ଯୋଗ୍ୟ ପଦକ୍ଷେପ, ହେଲେ ଅତ୍ୟନ୍ତ ପରିତାପ ର ବିଷୟ ଯେ, ବିଭିନ୍ନ ପ୍ରକାର କାର୍ଯ୍ୟ ପାଇଁ ଅନୁଦାନ ବ୍ୟୟ ଅଟକଳ ପରିମାଣ ଧାର୍ଯ୍ୟ ସତ୍ତ୍ୱେ ବିଜେଡ଼ି, ବିଜେପି ଦଳୀୟ କନ୍ଦଳ ଓ କୁସିତ ରାଜନୀତି ଚାପ ରେ ପୌର ପରିଷଦର କୌଣସି ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ ଅଗ୍ରଗତି ହୋଇ ପାରୁନି ।

ରାସ୍ତା, ଘାଟ ଓ ପରିମଳ ବ୍ୟବସ୍ଥା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏ ନେଇ ବ୍ୟାପକ ଅସନ୍ତୋଷ ସହ ସାଧାରଣ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି । ସ୍ଥାନୀୟ ୧୫ ନମ୍ବର ୱାର୍ଡ ମେମ୍ବର ଶ୍ରୀ ସୁନିଲ ଆଚାର୍ଯ୍ୟ (ବୁଦ୍ଧିଆ) ଙ୍କ ସମ୍ପୂର୍ଣ୍ଣ ଦକ୍ଷତା ଓ ଜନ ସମର୍ଥନ ଥାଇ ସୁଦ୍ଧା ତାଙ୍କ ବାରମ୍ୱାର ବିଭାଗୀୟ ଅଧିକାରୀ ଙ୍କୁ ଆବେଦନ, ନିମନ୍ତେ ସତ୍ତ୍ଵେ ହାଟପଦା ପଡ଼ା ରେ ପରିମଳ ଓ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏପରିକି ବିଗତ ପ୍ରାୟ ଏକ ମାସ ହେବ ପରିମଳ ବ୍ୟବସ୍ଥା ସମ୍ପୂର୍ଣ ବନ୍ଦ ରହିଥିବା ଗତ ଶନିବାର ସ୍ଥାନୀୟ ପୌର ପରିଷଦର ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ହୋଇଛି ।

ବିଶେଷ ଦ୍ରଷ୍ଟବ୍ୟ ଯେ, ସ୍ଥାନୀୟ ବିଧାୟିକା ବିନା ଆବଶ୍ୟକତା ସତ୍ତ୍ୱେ ହାଟପଦା ପଡ଼ା ରେଳ ଫାଟକ ବନ୍ଦ ପରେ ରେଳ ଭୂତଳ ପୋଲ ନିର୍ମାଣ ହେବା ନେଇ ସ୍ଥାନ ତର୍ଜମା କରି ନୀରବ ରହି ଗଲେ । ଫଳରେ ବିପୁଳ ପରିମାଣର ରାଜସ୍ୱ ଆଦାୟ ହେଉଥିବା ହାଟପଦା ବଜାର ଦୋକାନୀ ଓ ବ୍ୟବସାୟୀ ଦୁର୍ଦ୍ଦଶା ର ଶିକାର ହୋଇ ଆସୁଛନ୍ତି । ସେହିପରି ନିର୍ମାଣ ଆଳରେ ଏହି ବଜାର ର ଦୋକାନ ଗୁଡିକ ଉଛେଦ କରି ଦେଇ ନିର୍ମାଣ କାର୍ଯ୍ୟ ସାମାନ୍ୟ କିଛି ନାମକୁ ମାତ୍ର କରି ବନ୍ଦ କରି ଦେଇ ଥିଲେ। ଏ ନେଇ ବିଭାଗୀୟ ପଦସ୍ତ ଅଧିକାରୀ ତଥା ଠିକାଦାର ଙ୍କୁ ସୁନିଲ ଆଚାର୍ଯ୍ୟ ଓ ଅନ୍ୟ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା, ପର୍ଯ୍ୟ।ଲୋଚନା ସହ ତୀବ୍ର ଦାବି କରି ଥିଲେ ।

ଯାହାଦ୍ଵାରା ଉକ୍ତ କାର୍ଯ୍ୟ ଅଗ୍ରଗତି ହୋଇଥିଲା ଓ ତାହା ଜାରି ରହିଛି । ପ୍ରକାଶ ଯେ,୧୫ ନମ୍ୱର ୱାର୍ଡ ମେମ୍ବର ବିଜେପି ଦଳର ହୋଇଥିବା ଓ ପୌରାଧକ୍ଷା ଶ୍ରୀମତୀ ଜୈନ ବିଜେପି ଦଳର ହୋଇ ଥିବା ଯୋଗୁଁ ସ୍ଥାନୀୟ ବିଧାୟିକା ପୌର ପରିଷଦର ଅଧିକାରୀ ଙ୍କୁ ନିଜ ହାତ ମୁଠାରେ ରଖିଛନ୍ତି ଓ ବିଭିନ୍ନ ଠିକାଦାର ଙ୍କ ଉପରେ ଚାପ ପ୍ରୟୋଗ କରୁଥିବା ଭଳି ଗୁରୁତର ଅଭିଯୋଗ ହୋଇଛି । ଏ ନେଇ ସାଧାରଣ ରେ ପ୍ରବଳ ଜନ ଅସନ୍ତୋଷ ଦିନକୁ ,ଦିନ ବୃଦ୍ଧି ପାଉଥିବା ବେଳେ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ବିଭାଗୀୟ ମୁଖ୍ୟ ସଚିବ ଦୃଷ୍ଟି ଦେବାକୁ ଦାବି ହେଉଛି । ନଚେତ ଆଗମୀ ଦିନରେ ବିରାଟ ଗଣ ଆନ୍ଦୋଳନ ହେବା ସୁନିଶ୍ଚିତ ।