ବିଧାୟିକା ତଥା ପରିବହନ ମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ ଓ ଧାରଣା : କୋଟି,କୋଟି ଟଙ୍କା ର ଦୁର୍ନୀତି

0
140
ବିଧାୟିକା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଟିଟିଲାଗଡ, (୦୫/୦୨) : ବିଧାୟିକା ତଥା ପରିବହନ ମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ । ଟିଟଲାଗଡ ତହସିଲ ଅନ୍ତର୍ଗତ ଅନ୍ତର୍ଲା ଗ୍ରାମ ମୁଖ୍ୟ ରାସ୍ତା ଦେଇ ସରକାରୀ ବାଲିଘାଟ ଭାବେ ଟେଣ୍ଡର କରାଯାଇଥିବା ରାସ୍ତା ଅବସ୍ଥା ଅତ୍ୟନ୍ତ କଦର୍ଯ୍ୟ ହୋଇ ଯାଇଥିବା ଅଭିଯୋଗ ହୋଇଛି ।

ଟିଟିଲାଗଡ ସହର ରୁ ସେହିପରି ସିନ୍ଧେକେଲା ପର୍ଯ୍ୟନ୍ତ ଥିବା ମୁଖ୍ୟ ଏମ ଡି ଆର ସଡକ ଅବସ୍ଥା ସ୍ଥାନୀୟ ବିଧାୟିକା ଙ୍କ ସ୍ଵାମୀ √ଅଭିମନ୍ୟୁ ସାହୁ ଙ୍କ ମୃତ୍ୟୁ ହେବା ପରେ ବର୍ତ୍ତମାନ୍ ସୁଦ୍ଧା ସାମାନ୍ୟ ମରାମତି ମଧ୍ୟ କରାଯାଇ ନ ଥିବା ବେଳେ ସାଧାରଣ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି । ଟିଟିଲାଗଡ ରୁ ସିନ୍ଧେକେଲା ପର୍ଯ୍ୟନ୍ତ ଥିବା ମୁଖ୍ୟ ସଡକ ଦେଇ ନିୟମିତ ଯାତ୍ରୀ ବାହି ବସ, ଟ୍ରକ୍ ଆଦି ହଜାର, ହଜାର ସଂଖ୍ୟାରେ ଯାନ, ବାହାନ, ଆମ୍ବୁଲାନ୍ସ ଯାତାୟାତ ଯାତାୟାତ କରିଆସୁଅଛି । ସେହିପରି ଟିଟଲାଗଡ ରୁ ଅନତି ଦୂରରେ ପାଓମେକ୍ସ ଷ୍ଟିଲ କାରଖାନା ଭଳି ବୈଦେଶିକ ଫ୍ୟାକ୍ଟ୍ରି ପ୍ରତିଷ୍ଠା ହୋଇ ରହିଥିବା ବେଳେ ଏ ରାସ୍ତା ଦୂରାବସ୍ଥା ଯୋଗୁଁ ଅକଥନୀୟ ଦୁର୍ଦ୍ଦଶା ଭୋଗ କରିବା ସାର ହେଉଛି । ବିଶେଷ ଦ୍ରଷ୍ଟବ୍ୟ ଯେ, ସରକାରୀ ନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନ ମଧ୍ୟରେ ମରାମତି, ନିର୍ମାଣ ଆଦି କାର୍ଯ୍ୟ କରାଯିବା ଉଚିତ୍ ।

ହେଲେ ସ୍ଥାନୀୟ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକା ଙ୍କ ସ୍ଵାମୀ ଜନପ୍ରିୟ ରାଜନେତା ବିଜେଡ଼ି ଦଳ ର
√ ଅଭିମନ୍ୟୁ ସାହୁ ଙ୍କ ହତ୍ୟା କାଣ୍ଡ ପରେ ଅନୁକମ୍ପା ମୂଳକ ଭାବେ ନିର୍ବାଚିତ ହୋଇଥିଲେ । ଉକ୍ତ ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବରେ ନିର୍ବାଚିତ ହେବା ପରେ ତଥା ପୁନଃ ନିର୍ବାଚିତ ହୋଇ ସୁଦ୍ଧା ଏହି ରାସ୍ତା ଘାଟ ତଥା ମୁଖ୍ୟ ସଡକ ସାମାନ୍ୟ ମରାମତି କରା ନ ଯିବା ନେଇ ଜନ ବ୍ୟାପକ ଅସନ୍ତୋଷ ସୃଷ୍ଟି ହୋଇଛି । ଏ ନେଇ ବାରମ୍ୱାର ସାଧାରଣ ଲୋକେ ବିଭାଗୀୟ ଅଧିକାରୀ ଓ ବିଧାୟିକା ତଥା ପରିବହନ ମନ୍ତ୍ରୀ ଶ୍ରୀମତୀ ସାହୁ ଙ୍କୁ ବହୁ ବାର ଆବେଦନ, ନିବେଦନ କରି ନିରାଶ ହେବା ସାର ହୋଇଛି । ପ୍ରକାଶ ଯେ, ସରକାରୀ ଟେଣ୍ଡର ପ୍ରକ୍ରିୟା ରେ ଏହି ଅନ୍ତର୍ଲା ବାଲିଘାଟ ରୁ ଟିଟିଲାଗଡ ତହସିଲ ରୁ ଲକ୍ଷ,ଲକ୍ଷ ଟଙ୍କା ର ରାଜସ୍ୱ ଆଦାୟ କରାଯାଉଛି ।

ବିଭାଗୀୟ ଅଧିକାରୀ ମଧ୍ୟ ଏ ନେଇ ସବୁଜାଣୀ ନୀରବ ଦ୍ରଷ୍ଟା ସାଜିଥିବା ସର୍ବଜନ ବିଦିତ । ହେଲେ କେବଳ ନାମଫଳକ ତିଆରି କରି ସେହିଭଳି ଛାଡି ଦିଆଯାଇ ବିପୁଳ ଅର୍ଥ ର ଦୁର୍ନୀତି କରାଯିବା ଅଭିଯୋଗ ହୋଇ ଆସୁଛି । ଏହି ଅନ୍ତର୍ଲା ଗ୍ରାମ ନିକଟସ୍ଥ ବାଲିଘାଟ ଠାରୁ ପାଓମେକ୍ସ ଷ୍ଟିଲ କାରଖାନା ପର୍ଯ୍ୟନ୍ତ ଥିବା ରାସ୍ତା କାର୍ଯ୍ୟ ୧୫ ଦିନ ମଧ୍ୟରେ କରା ନ ଯାଏ ତେବେ ବିଧାୟିକା ଙ୍କ ବାସ ଭବନ ଘେରାଉ ସହ ଧାରଣା ଦେବେ ବୋଲି ଗ୍ରାମବାସୀ ଲିଖିତ ଅଭିଯୋଗ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଅଧିକାରୀ ଙ୍କୁ ଡାକ ଯୋଗେ ପ୍ରେରଣ କରିଛନ୍ତି । ଏ ନେଇ ବିଭାଗୀୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି ହେଉଛି ।