ସରସ୍ୱତୀ ଶିଶୁ ମନ୍ଦିର ରେ ଅଭିଭାବକ ସମ୍ମିଳନୀ

0
142
ସରସ୍ୱତୀ ଶିଶୁ ମନ୍ଦିର

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୫/୨) : ବୋରିଗୁମ୍ମା ସରସ୍ୱତୀ ଶିଶୁ ମନ୍ଦିର ଠାରେ ଶନିବାର ଅପରାହ୍ନ ୩ଟା ୩୦ ମିନିଟ ସମୟରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 02 05 at 11.24.23 ସରସ୍ୱତୀ ଶିଶୁ ମନ୍ଦିର ରେ ଅଭିଭାବକ ସମ୍ମିଳନୀ

ସରସ୍ୱତୀ ଶିଶୁ ମନ୍ଦିର ରେ ଅଭିଭାବକ ସମ୍ମିଳନୀରେ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତି ମମତା ମହାପାତ୍ର ସଭାପତିତ୍ୱ କରିଥିଲାବେଳେ ପରିଚାଳନା କମିଟିର ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ଦଣ୍ଡସେନା, ସମ୍ପାଦକ ଶ୍ରୀ ସୂର୍ଯ୍ୟ ନାରାୟଣ ପଣ୍ଡା ତଥା କୋଷାଧ୍ୟକ୍ଷ ଶ୍ରୀ କାଳୀପ୍ରସାଦ ପାତ୍ର ଯୋଗଦାନ କରି ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ଅଭିଭାବକ ମାନଙ୍କୁ ନିଜ ନିଜର ସୁଚିନ୍ତିତ ମତାମତ ରଖିବା ପାଇଁ ଆହ୍ବାନ କରାଯାଇ ଥିଲା । କିଛି ଅଭିଭାବକ ନିଜ ନିଜ ମତାମତ ଉପସ୍ଥାପନ କରିବା ସହ ଅନ୍ୟ କେତେକ ମତାମତ ବକ୍ସରେ ଲିଖିତ ଭାବେ ନିଜ ନିଜ ମତାମତ ଉପସ୍ଥାପନ କରିଥିଲେ, ପରେ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତି ମହାପାତ୍ର ତାର ଉତ୍ତର ରଖିଥିଲେ।ବିଦ୍ୟାଳୟରେ ୫୦୦ ଶିଶୁ ଅଧ୍ୟୟନ କରୁଥିବା ବେଳେ ପ୍ରାୟ ଶତାଧିକ ଅଭିଭାବକ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।