ଦ୍ଵିତୀୟ ଡୋଜ କରୋନା ଟିକା ନେବା ବେଳେ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ବୃଦ୍ଧ ମୃତ

0
170

ରିପୋର୍ଟ : ରାକେଶ ମହାରଣା
ଗଞ୍ଜାମ, ଆସିକା, (୨୦/୦୮) : ଦ୍ଵିତୀୟ ଡୋଜ କରୋନା ଟିକା ନେବା ବେଳେ ବୃଦ୍ଧ ମୃତ l ଏମିତି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ lWhatsApp Image 2021 08 20 at 11.56.56 AM ଦ୍ଵିତୀୟ ଡୋଜ କରୋନା ଟିକା ନେବା ବେଳେ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ବୃଦ୍ଧ ମୃତ

ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଆଜି ଦ୍ଵିତୀୟ ଡୋଜ କରୋନା ଟିକା ନେବା ଲାଗି ମାଗୁରା ଗ୍ରାମ ର ୮୨ ବର୍ଷୀୟ ବାଙ୍ଗରା ପଣ୍ଡା ଓ ତାଙ୍କ ସ୍ତ୍ରୀ ଆସିଥିଲେ l ମାଗୁରା ଗ୍ରାମ ରୁ ବାଙ୍ଗରା ଟୀକା ନେବାକୁ ଆସିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ ଠିକ ରହିଥିଲା କିନ୍ତୁ ବାଙ୍ଗରା ଟିକା ନେବା ପାରେ ସେ ଅଚାନକ ଅସୁସ୍ଥ ହୋଇ ପଡ଼ିଥିଲେ l

ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି l ଅନ୍ୟପଟେ ମୃତ୍ୟୁ ପରେ ପରିବାର ଲୋକ ମୃତଦେହ କୁ ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମ କୁ ନେଇଥିବା ସୂଚନା ମିଳିଛି l