ତିଲେଶ୍ୱର ଲାଲବାହାଦୁର ହାଇସ୍କୁଲ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

0
103
ତିଲେଶ୍ୱର ଲାଲବାହାଦୁର

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୭/୦୨) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ଲାଲବାହାଦୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ସୋମବାର ଦିନ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମାଝୀ ଙ୍କ ସଭାପତିତ୍ୱ ରେ ବିଦ୍ୟାଳୟ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । WhatsApp Image 2023 02 07 at 11.44.17 ତିଲେଶ୍ୱର ଲାଲବାହାଦୁର ହାଇସ୍କୁଲ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ତିଲେଶ୍ୱର ଲାଲବାହାଦୁର ହାଇସ୍କୁଲ ରେ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ମାନ୍ୟବର ଓଡିଶା ସରକାର ଙ୍କ ଜଙ୍ଗଲ ପରିବେଶ, ପଞ୍ଚାୟତିରାଜ, ପାନୀୟ ଜଳ ଏବଂ ଲୋକ ସୂଚନା ବିଭାଗୀୟ ମନ୍ତ୍ରୀ -ପ୍ରଦୀପ କୁମାର ଅମାତ, ସମ୍ମାନିତ ଅତିଥିଭାବେ ତିଲେଶ୍ୱର ସରପଞ୍ଚ -ଝୁନୁ ବେହେରା,ଜିଲ୍ଲା ଶିକ୍ଷା ଅଧିକାରୀ ବୌଦ୍ଧ -ଜୟନ୍ତ କୁମାର ପ୍ରଧାନ, ସରକାରୀ ଉଚ୍ଚ ବିଦ୍ୟାଳୟ ପୁରୁଣା କଟକ ପ୍ରଧାନ ଶିକ୍ଷକ- କୃଷ୍ଣ ଚନ୍ଦ୍ର ମଲ୍ଲିକ, ମୋ ସ୍କୁଲ ଅଭିଯାନ କମିଟି ସଭାପତି -ସୁଶୀଲ କୁମାର ଦେହୁରୀ, ମୁଖ୍ୟ ବକ୍ତା -ଶ୍ୟାମ ସୁନ୍ଦର ମେହେର ପ୍ରମୁଖ ଉପସ୍ଥିତ ଥିବାବେଳେ ସ୍କୁଲର ବିଜ୍ଞାନ ଶିକ୍ଷକ ରମେଶ କୁମାର ସାମଲ ମଞ୍ଚ କୁ ପରିଚାଳନା କରିଥିଲେ । ମଞ୍ଚ କାର୍ଯ୍ୟକ୍ରମ ରେ ସ୍କୁଲ ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ ସହିତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ସମ୍ମାନ ପତ୍ର ଦେଇ ପୁରସ୍କୃତ କରିଥିଲେ ! ପରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନାଚ ଗୀତ ର ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଏହି ସବୁ କାର୍ଯ୍ୟକ୍ରମ ଟି ସ୍କୁଲ କମିଟି, ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ, ଅଭିଭାବକ, ସ୍ଥାନୀୟ ସରପଞ୍ଚ, ଛାତ୍ରଛାତ୍ରୀ ମାନଙ୍କ ସହଯୋଗ ରେ ସମ୍ପୂର୍ଣ୍ଣ ହୋଇଥିଲା ।