ଦେବଗିରି ଶୈବପୀଠ ରେ ଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ

0
226
ଦେବଗିରି

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୬/୨) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ରେ ଥିବା ପ୍ରସିଦ୍ଧ ଐତିହାସିକ ଦେବଗିରି ଶୈବପୀଠରେ ମହାଶିବରାତ୍ରି ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

ଦେବଗିରି ପରିଚାଳନା ର ସଭାପତି ବାରାଟମ ୱାରା ପ୍ରସାଦ ରାଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପସଭାପତି ସୁନ୍ଦର ରାଓ ବାଗ, ଦେବଗିରି କ୍ରାନ୍ତିକାରୀ ଆଶ୍ରମର ବାବା ସ୍ୱରୂପା ନନ୍ଦ ଗିରି, ସରପଞ୍ଚ ଗୌତମ ବାରଲୀ ସମେତ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । କରୋନା ମହାମାରୀ ଯୋଗୁଁ ଦୁଇବର୍ଷ ଫିକା ପଡିଥିବା ଐତିହାସିକ ଦେବଗିରି ମହାଶିବରାତ୍ରି ଜାଗର ଯାତ୍ରା ଯେପରି ୭ଦିନ ଧରି ଧୁମଧାମରେ କରାଯିବ ସେଥିପାଇଁ ଆଲୋଚନା କରାଯାଇଥିଲା ।

ଏହି ଦେବଗିରିଆସୁଥିବା ଭକ୍ତଙ୍କ ଙ୍କୁ ସୁବିଧା ରେ ଦେବ ଦର୍ଶନ କରିପାରିବେ, ସେମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା, ଗାଡି ପାର୍କିଙ୍ଗ, ଯାତ୍ରା ପଡିଆ, ସାଂକୃତିକ କାର୍ଯ୍ୟକ୍ରମ ରେ ନୟାଗଡ଼ ଜିଲ୍ଲା ଶରଣକୁଳ ର ଲଡୁବାବା ନାଟ୍ୟ ସଂସଦ ୭ ଦିନ ଧରି କରାଯିବ, ଅର୍ଥ ଆଦାୟ ଓ ମିନାବଜାର ବିଭିନ୍ନ ବିଷୟରେ ଆଲୋଚନା କରାଯାଇଛି । ଏଥିରେ ବନବିଭାଗ, ରାଜସ୍ୱ ବିଭାଗ, ଅଗ୍ନିଶମ, ବ୍ଲକ, ଜଳ ଯୋଗାଣ, ସ୍ୱାସ୍ଥ୍ୟ ବିଭାଗ କୁ ସେବା ଯୋଗାଇବା କୁ କୁହାଯାଇଛି । ତା ସହିତ ଅର୍ଥ ଆଦାୟ, ଷ୍ଟଲ ଦାୟିତ୍ୱ, ଦର୍ଶନ ଟିକଟ, ଆଲୋକସଜା, ମିନାବଜାର, ଗାଡି ପାର୍କିଙ୍ଗ, ବିଷୟରେ କମିଟି ତିଆରି କରି ଦାୟିତ୍ୱ ଦେଇଥିଲେ । ଶେଷରେ କିଶୋର ପଟ୍ଟନାୟକ ଧନ୍ୟ ବାଦ ଦେଇଥିଲେ ।