କଳାହାଣ୍ଡି ର ଧାନ ମଣ୍ଡି ରେ ପଡିଛି ଧାନ, ମାଜିଷ୍ଟ୍ରେଟ ଯାଞ୍ଚ ପରେ ଟାର୍ଗେଟ ?

0
103
କଳାହାଣ୍ଡି ର ଧାନ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୦୭/୦୨) : କଳାହାଣ୍ଡି ଜିଲ୍ଲା ରେ ୬୦ ଲକ୍ଷ୍ୟ କ୍ଵିଣ୍ଟାଲ ଖରିଫ ଧାନ ଅମଳ ହୋଇଥିବା ବେଳେ କଳାହାଣ୍ଡି ର ଧାନ ମଣ୍ଡି ରୁ ସରକାର ୫୫ ଲକ୍ଷ କ୍ଵିଣ୍ଟାଲ ଧାନ ସଂଗ୍ରହ କରିବା ପାଇଁ ଟାର୍ଗେଟ ଦେଇଥିବା ଜଣାପଡିଛି ।

କଳାହାଣ୍ଡି ର ଧାନ ମଣ୍ଡି ରେ ପଡିଛି ଧାନ ! ଅଦ୍ୟାବଧି ୫୩ ଲକ୍ଷ କ୍ଵିଣ୍ଟାଲ ଧାନ ସଂଗ୍ରହ ହୋଇଥିବା ବେଳେ ବେଳେ ବର୍ତ୍ତମାନ ବିଭିନ୍ନ ମଣ୍ଡି ମାନଙ୍କରେ ଧାନ ପଡି ରହିଥିବାର ଦେଖାଯାଉଛି । ଚାଷୀ ମାନେ ଶୀତ କାକର ରେ କଷ୍ଟ ଉପାର୍ଜିତ ଧାନ କୁ ଜଗୁଥିବା ବେଳେ କେବେ ଧାନ ଉଠାଣ ହେବ ତାହା ଜଣାପଡୁ ନାହିଁ । ଅନେକଙ୍କ ଟୋକନ ଅବଧି ସରି ଆସୁଥିବା ବେଳେ ଅନେକ ମଣ୍ଡିରେ ଟ୍ୟାଗ ହୋଇଥିବା କଷ୍ଟମ ମିଲର୍ସଙ୍କର ଟାର୍ଗେଟ ସରି ଯାଇଥିବା କୁହାଯାଉଛି । ମଣ୍ଡି ଗୁଡିକୁ ମାଜିଷ୍ଟ୍ରେଟ ଯାଞ୍ଚ ପରେ ଟାର୍ଗେଟ ଦିଆଯିବ ବୋଲି ସରକାରୀ ସୂତ୍ର ରୁ ପ୍ରକାଶ । ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ଚାଷୀ ମାନଙ୍କ ର ସମସ୍ତ ତଥ୍ୟ ସାଙ୍ଗକୁ କେତେ ପରିମାଣ ଜମିରେ ଚାଷ ହୋଇଛି ଏବଂ କେତେ ପରିମାଣ ଧାନ ଅମଳ ହେବ ସେସବୁର ସମସ୍ତ ତଥ୍ୟ ସାଙ୍ଗକୁ ଚାଷୀ ରେଜିଷ୍ଟ୍ରେସନ ତଥ୍ୟ ସବୁ ରହିଛି ।

ଟୋକାନ ଠାରୁ ଆରମ୍ଭ କରି ଧାନ କିଣା ପ୍ରକ୍ରିୟା ଯୋଗାଣ ବିଭାଗ ଦ୍ୱାରା ପରିଚାଳିତ ହେଉଛି । ତଥାପି ଏବେ ସରକାର ମାଜିଷ୍ଟ୍ରେଟ ନିଯୋଜିତ କରି ମଣ୍ଡି ଯାଞ୍ଚ କାହିଁକି କରୁଛନ୍ତି ବୋଲି ଚାଷୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଧାନ ମଣ୍ଡି ଆରମ୍ଭ ପୂର୍ବରୁ ଅସାଧୁ ମିଲର୍ସ ଚାଷୀଙ୍କ ଧାନକୁ କମ ମୂଲ୍ୟରେ କିଣି ଗୋଦାମ ଭର୍ତ୍ତି କରୁଥିବା ବେଳେ ସେସବୁକୁ ଯାଞ୍ଚ ନ କରି ଏବେ ଚାଷୀଙ୍କ ଧାନକୁ କେଉଁ ଉଦ୍ଦେଶ୍ୟରେ ଯାଞ୍ଚ କରାଯାଉଛି ବୋଲି ଚାଷୀ ମହଲରେ ଆଲୋଚନା ହେଉଛି । ଅନ୍ୟ ପକ୍ଷରେ ସରକାର ଧାନ କିଣିବାକୁ ସକ୍ଷମ ହେଉନଥିବା ଯୋଜନା କରି ଏଭଳି ଚକ୍ରାନ୍ତ କରୁଥିବା ଚାଷୀ ମହଲରେ ଆଲୋଚନା ହେଉଛି ।

ଅନ୍ୟ ପକ୍ଷରେ ଚାଷୀ ରେଜିଷ୍ଟ୍ରେସନ ଠାରୁ ଟୋକାନ ଇସ୍ୟୁ ପର୍ଯ୍ୟନ୍ତ ସମସ୍ତ ବିଷଯ ସରକାରୀ ସରରେ ହେଉଥିବା ବେଳେ ଫେବ୍ରୁୟାରୀ ଶେଷ ପର୍ଯ୍ୟନ୍ତ କୁ ମଧ୍ୟ ଟୋକାନ ଇସ୍ୟୁ ହୋଇଥିବା ବେଳେ ଚାଷୀ ତଦନୁସାରେ ମଣ୍ଡିରେ ଧାନ ପକାଇ ଥିବା ବେଳେ ଯୋଗାଣ ବିଭାଗ ଏଭଳି ନାଟକୀୟ ଶୈଳୀ ରେ ମଣ୍ଡି ସବୁ ବନ୍ଦ କରିଦେବାକୁ ଯୋଜନା କରୁଥିବା ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଅନ୍ୟ ପକ୍ଷରେ ଅଧିକ ଧାନକୁ ଚାଷୀ କିପରି ବିକ୍ରି କରିବ ତାହା ମୁଖ୍ୟ ସମସ୍ୟା ହୋଇଯାଇଛି । ଏ ନେଇ ତୁରନ୍ତ ମଣ୍ଡିରୁ ଧାନ ଉଠାଣ କରିବାକୁ ଚାଷୀ ମାନେ ରାଜ ରାସ୍ତାକୁ ଆସିଥିବା ବେଳେ ଯୋଗାଣ ବିଭାଗ ନୀରବ ଦ୍ରଷ୍ଟା ଏବଂ ଚାଷୀ ମାନଙ୍କ ପକ୍ଷରୁ ଯୋଗାଣ ବିଭାଗ ପାଖରେ ଦାବି କରିବାରେ ମାଜିଷ୍ଟ୍ରେଟ ଯାଞ୍ଚ ପରେ ହିଁ ଟାର୍ଗେଟ ଆସିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସୂତ୍ର ରୁ ପ୍ରକାଶ ।