ଉତ୍କଳଆଲୁମିନା ର ପ୍ରୋଜେକ୍ଟ ଉଦ୍ୟମି ବେରୋଜଗାରୀଙ୍କୁ ସ୍ୱାବଲମ୍ବୀ ଦିଗରେ ସହାୟତା କରୁଛି

0
172
ଉତ୍କଳଆଲୁମିନା

ରିପୋର୍ଟ : ଗୋପୀନାଥ ଗୌଡ଼
ଭୁବନେଶ୍ୱର/ଟିକିରି, (୦୮/୦୨) : ଆଦିତ୍ୟ ବିର୍ଲା ଗ୍ରୁପ ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ସହଯୋଗୀ କମ୍ପାନୀ ଉତ୍କଳଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ଼ ଗ୍ରାମାଞ୍ଚଳ ଯୁବଗୋଷ୍ଠୀଙ୍କୁ ଆତ୍ମନିଯୁକ୍ତି ସୁଯୋଗ ଯୋଗାଇବା ସକାଶେ ଏହାର ନିରନ୍ତର ଉଦ୍ୟମର ଅଂଶସ୍ୱରୂପ ଭାରତର ଔଦ୍ୟୋଗିକ ବିକାଶ ପ୍ରତିଷ୍ଠାନ (ଇଡିଆଇଆଇ) ସହଯୋଗରେ ପ୍ରୋଜେକ୍ଟ ଉଦ୍ୟମି କାର୍ଯ୍ୟକାରୀ କରୁଛି ।

ଉତ୍କଳଆଲୁମିନା ର ପ୍ରୋଜେକ୍ଟ ଉଦ୍ୟମି ବେରୋଜଗାରୀଙ୍କୁ ସ୍ୱାବଲମ୍ବୀ ଦିଗରେ ସହାୟତା କରୁଛି । ଏହା ଟିକିରି ଠାରେ ଵୃରଲ ବିଜନେସ ଇନକ୍ୟୁବେସନ ସେଣ୍ଟର ସ୍ଥାପନ କରିଛି ଏବଂ ରାୟଗଡ଼ା ଜିଲ୍ଲାର କାଶୀପୁର ଏବଂ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକରେ ଯୁବ ଉଦ୍ୟୋଗୀଙ୍କୁ ଅଣ-କୃଷି ଏବଂ କୃଷି ସମ୍ପର୍କିତ କ୍ଷେତ୍ରରେ ପ୍ରୋତ୍ସାହିତ କରୁଛି । ଏହା ସ୍ଥାନୀୟ ସମ୍ଭାବନାପୂର୍ଣ୍ଣ ଯୁବବର୍ଗଙ୍କୁ ସେମାଙ୍କର ନିଜସ୍ୱ ଉଦ୍ୟୋଗ ଆରମ୍ଭ କରିବା ସକାଶେ ପୂର୍ଣ୍ଣାଙ୍ଗ ସମାଧାନ ଯୋଗାଇଦେଇଛି । ପ୍ରୋଜେକ୍ଟ ଉଦ୍ୟମି କାଉନସେଲିଂ, ବିଜନେସ ପ୍ଲାନିଂ , ବଜାର ସୁଗମକରଣ ,ଆର୍ଥିକ ସଂଯୋଗୀକରଣ ରିଆତି/ଯୋଜନା ସଂଯୋଗୀକରଣ ଏବଂ ବଜାର ସମ୍ପର୍କିତ ସୂଚନା ସଂଗ୍ରହ ଆଦି ସେବା ଯୋଗାଇ ଦେଉଛି ।

ଗ୍ରାମାଞ୍ଚଳ ଆଦିବାସୀବାହୁଳ ଆଭ୍ୟନ୍ତରୀଣ ଷ୍ଟାର୍ଟଅପ ପରିବ୍ୟବସ୍ଥାକୁ ପ୍ରୋତ୍ସାହିତ କରି ଏହି ସୃଜନଶୀଳ ଏବଂ ସ୍ୱତନ୍ତ୍ର ପ୍ରକଳ୍ପ ‘ଆତ୍ମା ନିର୍ଭର ଭାରତ’ ର ଜାତୀୟ କାର୍ଯ୍ୟସୂଚୀକୁ ଆଗେଇ ନେଉଛି । ‘ଉଦ୍ୟମି ‘ ରାଜ୍ୟ ସରକାରଙ୍କ ଏମଏସଏମଇ, ଏସଏମଇ, ଓ ଏଲଏମ ଆଦି ପରିବ୍ୟବସ୍ଥାକୁ ସମର୍ଥନ କରିବା ନିମନ୍ତେ ଯୋଜନାକୁ ପ୍ରତିଫଳିତ କରୁଛି । ପ୍ରାୟ ଦେଢ଼ବର୍ଷ ସମୟ ମଧ୍ୟରେ ଏହି ପ୍ରୋଜେକ୍ଟ ୧୩୩ ଜଣ ଯୁବ ସ୍ଥାନୀୟ ଉଦ୍ୟୋଗୀଙ୍କୁ ବିକଶିତ କରିବାରେ ସଫଳ ହୋଇଛି, ଯେଉଁମାନେ ସେମାନଙ୍କର ନିଜସ୍ୱ ଉଦ୍ୟୋଗ ସୃଷ୍ଟି କରିବା ସହିତ ଆଉ ୧୩୬ ଜଣଙ୍କୁ କର୍ମସଂସ୍ଥାନ ଦେଇ ପାରିଛନ୍ତି ଏବଂ ସେମାନଙ୍କୁ ପରୋକ୍ଷ ଜୀବିକା ଉପାର୍ଜନ ସୁଯୋଗ ଯୋଗାଇଦେଇ ଜୀବନଧାରଣର ସାଧନ ଯୋଗାଇ ଦେଉଛି ।WhatsApp Image 2023 02 07 at 19.46.25 1 ଉତ୍କଳଆଲୁମିନା ର ପ୍ରୋଜେକ୍ଟ ଉଦ୍ୟମି ବେରୋଜଗାରୀଙ୍କୁ ସ୍ୱାବଲମ୍ବୀ ଦିଗରେ ସହାୟତା କରୁଛି

ପ୍ରତ୍ୟକ ଉଦ୍ୟୋଗୀ ମାସିକ ହାରାହାରି ୧୦,୧୨୦ ଟଙ୍କା ଆୟ କରୁଥିବାବେଳେ ସେମାନଙ୍କର ମୋଟ ଆୟ ୨୦୧୩ ଜାନୁୟାରୀ ୩୧ ତାରିଖ ସୁଦ୍ଧା ୭୯.୩୧ ଲକ୍ଷ ଟଙ୍କା ହୋଇଛି ।ଏହି ସଫଳତାର ମାଇଲ ଖୁଣ୍ଟ ହାସଲ କରିବା ସକାଶେ ଉତ୍କଳ ଆଲୁମିନା ଉଦ୍ୟୋଗୀ ମାନଙ୍କୁ ମୂଳଧନ ପାଣ୍ଠି ବାବଦରେ ୨୫.୦୮ ଲକ୍ଷ ଟଙ୍କା ଶିଧ ସଳଖ ଯୋଗାଇ ଦେଇଛି ଏବଂ ଉଦ୍ୟୋଗୀମାନେ ସେଥିରେ ସେମାନଙ୍କ ନିଜସ୍ୱ ଅବଦାନ ଆକାରରେ ୬୫ ଲକ୍ଷ ଟଙ୍କା ନିବେଶ କରିଛନ୍ତି । ସରକାର ଏହି ଉଦ୍ୟୋଗ ଗୁଡିକ ନିମନ୍ତେ ପିଏମଇଜିପି ଅଧୀନରେ ୩୦.୫୦ ଲକ୍ଷ ଟଙ୍କା ଏବଂ ଓ ଏଲଏମ ଅଧୀନରେ ୧.୫ଲକ୍ଷ ଟଙ୍କା ଯୋଗାଇଦେଇଛନ୍ତି ।

ଏହି ଆଦିବାସୀବାହୁଳ ଅଂଚଳରେ ଏକ ଔଦ୍ୟୋଗିକ ପରିବେଶ ସୃଷ୍ଟି କରିବା ସକାଶେ ଏଭଲି ନୂତନ ଧରଣର ପ୍ରୟାସ କାର୍ଯ୍ୟକାରୀ କରିବା ପାଇଁ ଉତ୍କଳ ଆଲୁମିନାକୁ ଶ୍ରୀ ବିକାଶ ଚନ୍ଦ୍ର ବୈନ, ଜିଏମ ଆରଆଇସି, ରାୟଗଡ଼ା ପ୍ରଶଂସା କରିଛନ୍ତି । ସେମାନଙ୍କ ନାଁଜସ୍ବ କ୍ଷେତ୍ରରେ ଅନୁରୂପ ନୂତନ ଧରଣର ପ୍ରକଳ୍ପ ଆରମ୍ଭ କରିବାକୁ ସେ ଅନ୍ୟ ନୀଗାମ୍ଗୁଡିକୁ ଅନୁରୋଧ କରିଛନ୍ତି । ଏଥିସହିତ ସେ କହିଛନ୍ତି, ”ମୁ ନିଶ୍ଚିତ ଯେ ‘ ପ୍ରୋଜେକ୍ଟ ଉଦ୍ୟମି ‘ ପ୍ରଥମ ପିଢ଼ିର ବ୍ୟବସାୟ ମାଲିକ ମାନଙ୍କର ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ତାହା ସହିତ ସେମାନଙ୍କୁ ଏମଏସଏମଇ ଏବଂ ପିଏମଇଜିପି ଅଧୀନରେ ବୃହତ୍ତର ଷ୍ଟାର୍ଟଅପ ସ୍ଥାପନ ନିମନ୍ତେ ପ୍ରସ୍ତୁତ କରିବା ।”

ଉତ୍କଳ ଆଲୁମିନାର ୟୁନିଟ ହେଡ଼ ଏବଂ ପ୍ରେସିଡେଣ୍ଟ ଶ୍ରୀ ମଜହର ବେଗ କହିଛନ୍ତି ଯେ, ଏହି ଆଦିବାସୀବହୁଳ ଆଭ୍ୟନ୍ତରୀଣ ଅଂଚଳକୁ ଏକ ଦୀର୍ଘସ୍ଥାୟୀ ସ୍ୱାବଲମ୍ବୀ ଗୋଷ୍ଠୀ ଆକାରରେ ରୂପାନ୍ତରିତ କରିବାକୁ ଉତ୍କଳର ବୃହତ୍ତର ଲକ୍ଷ୍ୟ ହେଉଛି ସ୍ଥାନୀୟ ଅର୍ଥନୀତିର ବିକାଶ ସାଧନ । ସେ କହିଛନ୍ତି, ରାୟଗଡ଼ା କଳାହାଣ୍ଡି ଭଳି ଦୁଇ ଆଂକକ୍ଷୀ ଜିଲ୍ଲାରେ ଯୁବ ବେରୋଜଗାର ଯୁବବର୍ଗ , ପ୍ରବାସୀ ଶ୍ରମିକ ଏବଂ ଆଂକକ୍ଷୀ ବ୍ୟବସାୟ ମାଲିକମାନଙ୍କୁ ସେମାନଙ୍କ ନିଜ ଘରେ ସ୍ୱାବଲମ୍ବୀ ହେବା ଦିଗରେ ପ୍ରୋଜେକ୍ଟ ଉଦ୍ୟମି ଏକ ଆଦର୍ଶ ବିକଳ୍ପ ହେବା । ସେ ଜୋର ଦେଇ କହିଥିଲେ ଯେ ଏହି ପ୍ରକଳ୍ପ ର କାର୍ଯ୍ୟକାରିତା ବଳରେ ଏହି ଅଞ୍ଚଳର ଅର୍ଥନୈତିକ ଦୃଶ୍ୟପଟ୍ଟ ରେ ପରିବର୍ତ୍ତନ ଆଣିବାକୁ ଉତ୍କଳରେ ଆମ୍ଭେମାନେ ପ୍ରତିବଦ୍ଧ ରହିଛୁ ।

ଏକ ଦାୟିତ୍ୱ ସମ୍ପର୍ଣ୍ଣ କର୍ପୋରେଟ ସନ୍ସ୍ଥ୍ୟ ଭାବରେ ଉତ୍କଳ ଆଲୁମିନିୟମ ଇଣ୍ଟରନ୍ୟାସନାଲ ଲିମିଟେଡ଼ ଆଦିବାସୀ ଅଧ୍ୟୁଷିତ ଆଭ୍ୟନ୍ତରୀଣ ଅଂଚଳର ସାମାଜିକ- ଅର୍ଥନୈତିକ କଲ୍ୟାଣ ଏବଂ ଜନସାଧାରଣ ଙ୍କ ଜୀବନରେ ରୂପାନ୍ତରଣ ଆଣିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି । ଓଡ଼ିଶାର ୨୫ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୨୩୨ ଗ୍ରାମରେ ବିବିଧ ସିଏସଆର,ସିଆର ଆଣ୍ଡ ସଷ୍ଟେନିବିଲିଟି କାର୍ଯ୍ୟକଳାପ ଜରିଆରେ ଆମ ଜନସାଧାରଣଙ୍କର ମାନବ ଵିକହସ ସୂଚୀରେ ଉନ୍ନତି ଆଣିବାକୁ ୟୁଏଆଇଏଲ ନିରଳସ ଭାବରେ କାର୍ଯ୍ୟ କରୁଛି ।

ୟୁଏଆଇଏଲ ଶିକ୍ଷା, ସ୍ୱାସ୍ଥ୍ୟସେବା, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ, ଗ୍ରାମାଞ୍ଚଳ ଭିତ୍ତିଭୂମି ଏବଂ ସାମାଜିକ- ଅର୍ଥନୈତିକ ପ୍ରସଙ୍ଗଗୁଡିକର ସମାଧାନ ଆଦି ପାଞ୍ଚଟି ଅଗ୍ରାଧିକାର ବିଷୟ ଜରିଆରେ ୨,୦୧,୦୦୦ ରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । ୟୁଆଇଏଲ ର ଅନନ୍ୟ ବହୁଧା-ସହଭାଗୀ-ଆଧାରିତ ପ୍ରୟାସ ସମୂହ ଜାତିସଂଘ ର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦ ଅନୁରୂପ ହୋଇଛି ।