୨୨ କେଜି ଗଞ୍ଜେଇ ସମେତ ୨ଟି ଗାଡ଼ି ଜବତ 

0
140
୨୨ କେଜି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ଼, (୧୦/୦୨) : ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୨୨ କେଜି ଗଞ୍ଜେଇ ସମେତ ୨ଟି ଗାଡ଼ି ଜବତ । ଗିରଫ ଅଭିଯୁକ୍ତ ମାନେ କନ୍ଧମାଳ ଜିଲ୍ଲାର ବୋଲି ଜଣ ପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ।

ଏଥିରେ ସମ୍ପୃକ୍ତ ଶଳା, ଭିଣେଇ ଏବଂ ଭଉଣୀଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ କନ୍ଧମାଳର କେରଢ଼ୀ ଅଞ୍ଚଳର ରବି ଡିଗଲ, ତାଙ୍କ ପତ୍ନୀ ବନିତା ଡିଗଲ, ଶଳା ସିଆନ ଶ୍ରନିକ ବୋଲି ସୂଚନା ମିଳିଛି । ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୨୨ କେଜି ଗଞ୍ଜେଇ ଜବତ ସହ ଜଣେ ଗିରଫ କନ୍ଧମାଳରୁ ଭାୟା ନୟାଗଡ଼ ହୋଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ୨ ଟି ଗାଡ଼ି । ଏହି ସମୟରେ ଖବର ପାଇ ନୟାଗଡ଼ ଜେଲ ନିକଟରେ କାବୁ କରିଥିଲା ଅବକାରୀ ବିଭାଗ ।ଗଂଜେଇ ଥିବା ଏକ ଛୋଟ କାରକୁ ଏସକର୍ଟ ଦେଇ ଆଗରେ ଯାଉଥିଲା ମହିନ୍ଦ୍ରାର ଦାମୀ ଥର ଗାଡ଼ି । ୩ ଦିନ ମଧ୍ୟରେ ୨୮ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ସହ ୭ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।