ଧରଣୀଧର ମେଡ଼ିକାଲ କଲେଜର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

0
96
ଧରଣୀଧର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୧୩/୦୨) : ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧରଣୀଧର ମେଡ଼ିକାଲ କଲେଜର ଉଦଘାଟନ ସହ ଧରଣୀଧର ସୟଂଶାସିତ ମହାବିଦ୍ୟାଳୟକୁ ଯାଇ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମର ଉଦଘାଟନ ଓ ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ।

କେନ୍ଦୁଝର ସହରରେ ଥିବା ଧରଣୀଧର ସ୍ପୋର୍ଟସ କମ୍ପ୍ଲେକ୍ସ, ଶ୍ରୀଶ୍ରୀ ବଳଦେବଜିଉ ମନ୍ଦିରର ଭୋଗ ମଣ୍ଡପ ଓ ପୁରୁଣା ସହର ସ୍ଥିତ ହାଡ଼ବନ୍ଧ ପୋଖରୀର ନବୀକରଣ କାର୍ଯ୍ୟକୁ ମଧ୍ୟ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଜିଲ୍ଲା ଗ୍ରସ୍ତକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ଅନ୍ୟପଣେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ ପୂର୍ବରୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପ୍ରେସମିଟ୍ କରି ୫ଟି ପ୍ରଶ୍ନ କରାଯାଇଛି । ଧରଣୀଧର ଭେଷଜ ମହାବିଦ୍ୟାଳୟ ପାଇଁ ୨୦୧୬ରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ମାଧ୍ୟମରେ ଜିଲ୍ଲା ଖଣିଜ ପାଣ୍ଠିରେ ଥିବା ସମସ୍ତ ଅର୍ଥ ବିନିଯୋଗ ହୋଇଥିବା ବେଳେ ରାଜ୍ୟ ସରକାର କେତେ ଅର୍ଥ ସହଯୋଗ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛି ଯୁବମୋର୍ଚ୍ଚା । ମହାବିଦ୍ୟାଳୟ ସମ୍ପୂର୍ଣ୍ଣ ଭାବେ DMF ଅନୁଦାନରୁ ଗଠିତ ହୋଇଥିବାରୁ ଏହାର ଶ୍ରେୟ ସମସ୍ତ ଜିଲ୍ଲାବାସୀଙ୍କର । କିନ୍ତୁ ମୁଖ୍ୟମନ୍ତ୍ରୀ ନିଜ ପ୍ରଚାର କରି ପର ତିଅଣରେ ଅତିଥି ଚର୍ଚ୍ଚା କରୁଛନ୍ତି ବୋଲି କଟାକ୍ଷ କରିଛି ଯୁବମୋର୍ଚ୍ଚା ।