ଏସ କେ ବି କାନଭେଣ୍ଟ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ

0
134
ଏସ କେ ବି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୧/୨) : କାଶୀନଗର ବିଜ୍ଞ୍ୟାପିତ ଅଞ୍ଚଳ ପରିଷଦ ରେ ଥିବା ଏସ କେ ବି ଇଂରାଜୀ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ଗତ କାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।

ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ଏହି ମନଗ୍ନ୍ୟା ପେରଡ଼ ଓ ମନରଞ୍ଜନ ପରିବେଶ ରେ ଏହି କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏସ କେ ବି କାନଭେଣ୍ଟ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଶୋଭା ଜର୍ଜ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କାଶୀନଗର ଏନ ଏ ସି ଅଧ୍ୟାକ୍ଷା ଶ୍ରୀମତୀ ଏମ. ସୁଧାରାଣୀ ଓ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଆଦିକନ୍ଦ ଗମାଙ୍ଗ, ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ, ଫାଦେର ଶ୍ରୀ ଅଜିତ କୁମାର ନାୟକ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଆଗାମୀ ପିଢ଼ି ଯେଭଳି ଶିକ୍ଷା ଓ ଖେଳ କୁଦ କୁ ପ୍ରାଧାନ୍ୟ ଦେଇ ନିଜ ନିଜ ଭବିଷ୍ୟତ ଗଢିବାକୁ ଶ୍ରୀ ଗମାଙ୍ଗ କହିଥିଲେ । ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରିଥିଲେ । ଛାତ୍ର ଓ ଛାତ୍ରୀ ବିଭିନ୍ନ ଖେଳ ଓ କୁଦ ରେ ଅଂଶ ଗ୍ରହଣ କରି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅନୁଭୋଗ କରିଥିଲେ ।