ଚଡେଇଗୁଡି ରେ ଦିବ୍ୟଜନନୀ ଶ୍ରୀମା ଙ୍କ ଜନ୍ମଦିନ ପାଳିତ

0
81
ଚଡେଇଗୁଡି

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୨୧/୨) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ଅରବିନ୍ଦ ଯୋଗାଶ୍ରମ ସ୍ଵର୍ଣ୍ଣସେତୁ ଚଡେଇଗୁଡି ପରିସର ରେ ଆଜି ଦିବ୍ୟଜନନୀ ଶ୍ରୀମା ଙ୍କ ଜନ୍ମଦିନ ପାଳନ କରାଯାଇଛି ।

ଏହି କାର୍ଯ୍ୟକ୍ରମ ରେ ଭବେଶ ଚନ୍ଦ୍ର ସାହୁ ଯୋଗ ଦେଇ ଆଧ୍ୟିତ୍ମିକ ଆଲୋଚନା କରିଥିଲେ । ଏହି ଅବସରରେ ଆଜି ଶ୍ରୀ ଅରବିନ୍ଦ ଯୋଗାଶ୍ରମ ସ୍ଵର୍ଣ୍ଣସେତୁ ଚଡେଇଗୁଡି ଠାରେ ଭବେଶ ଚନ୍ଦ୍ର ସାହୁ ଙ୍କ ଦ୍ଵାରା ଶ୍ରୀମା ଙ୍କ ଏକ ପ୍ରକୋଷ୍ଠ ନିର୍ମାଣ ସକାଶେ ଭୂମି ପୂଜନ କରାଯାଇଛି । ଶ୍ରୀମା ଙ୍କ ଜନ୍ମଦିନ ଅବସରରେ ପତାକା ଉତ୍ତୋଳନ, ଆଧ୍ୟାତ୍ମିକ ଆଲୋଚନା, ନୀରବ ଧ୍ୟାନ, ମା ପୁସ୍ତକ ପଠନ, ଧ୍ୟାନ ଓ ପ୍ରାର୍ଥନା ପଠନ, ସାବିତ୍ରୀ ଆବୃତ୍ତି, ମାତୃ ସଂଗୀତ, ପ୍ରସାଦସେବନ, ମାତୃ ପ୍ରକୋଷ୍ଠ ପାଇଁ ଭୂମି ପୂଜନ, ଦୁର୍ଗ ସ୍ତୋତ୍ର ଆବୃତ୍ତି ଓ ଆଧ୍ୟାତ୍ମିକ ଆଲୋଚନା ତାଙ୍କର ଆଖି ରୁ ଶାଶ୍ଵତ ଆନନ୍ଦ ହୁଏ ଉତ୍ସାରିତ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୁରୁଜୀ, ଗୁରୁମା ସହ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।