ଜିଆଇ ଇଟି ବିଶ୍ୱ ବିଦ୍ୟାଳୟ ର ବାର୍ଷିକ ବୈଷୟିକ ଓ ସାଂସ୍କୃତିକ ଫେଷ୍ଟ “ସୃଜନ-୧.୦” ଉଦଘାଟିତ

0
78
ଜିଆଇ ଇଟି ବିଶ୍ୱ ବିଦ୍ୟାଳୟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୫/୨) : ସ୍ଥାନୀୟ ଜିଆଇ ଇଟି ବିଶ୍ୱବିଦ୍ୟାଳୟ ର ରୌପ୍ୟ ଜୟନ୍ତୀ ପାଳିତ ଅବସରରେ ଆଜି ଅନୁଷ୍ଠାନର ବାର୍ଷିକ ବୈଷୟିକ ଓ ସାଂସ୍କୃତିକ ଫେଷ୍ଟ “ସୃଜନ ୧.୦– ର ଉଦଘାଟିତ ହୋଇଯାଇଛି ।WhatsApp Image 2023 02 25 at 15.08.01 ଜିଆଇ ଇଟି ବିଶ୍ୱ ବିଦ୍ୟାଳୟ ର ବାର୍ଷିକ ବୈଷୟିକ ଓ ସାଂସ୍କୃତିକ ଫେଷ୍ଟ "ସୃଜନ-୧.୦" ଉଦଘାଟିତ

ଆଜିର ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଏ ଆଇ ସି ଟି ଇ ର ଅଧ୍ୟକ୍ଷ ଡ଼. ଟି ଜି ସିତାରାମ ଆଭାସି ମାଧ୍ୟମରେ ଯୋଗଦେଇ ଛାତ୍ରଛାତ୍ରୀ ମାନେ ଉଦ୍ୟୋଗ କ୍ଷେତ୍ରରେ ଆତ୍ମନିର୍ଭଶୀଳ ହେବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ମୁମ୍ବାଇସ୍ଥିତ ପେରୀ ଇଣ୍ଡିଆ ର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଶ୍ରୀ ସତ୍ୟନ୍ଦ୍ର ଶ୍ରୀବାସ୍ତବ ଯୋଗ ଦେଇ ସଫଳତାର ବିଭିନ୍ନ ମାର୍ଗ ବିଷୟରେ ଆଲୋଚନା କରିବାସହ ଜୀବନରେ ଏକ ସ୍ଥିର ଲକ୍ଷ୍ୟ ସହ ଶୃଙ୍ଖଳା ଓ କଠିନ ପରିଶ୍ରମ କରିବା ପାଇ କହିଥିଲେ । ଜିଆଇ ଇଟି ବିଶ୍ୱ ବିଦ୍ୟାଳୟ ର ସଭାପତି ଡ଼ ସତ୍ୟ ପ୍ରକାଶ ପଣ୍ଡା ଯୋଗଦେଇ ନୂତନ ଚିନ୍ତାଧାରା ଦେଶକୁ ସର୍ବୋତ୍ତମ କ୍ଷମତାଶୀଳ କରିଥାଏ ବୋଲି କହିବା ସହ ଉଚ୍ଚ ସ୍ଵପ୍ନ ଦେଖିବା ସହ ବିଶ୍ୱ ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ସଫଳତା ବିଷୟରେ ଆଲୋଚନା କରିଥିଲେ ।

ଉପ ସଭାପତି ଡ.ଚନ୍ଦ୍ରଧ୍ଵଜ ପଣ୍ଡା ଯୋଗ ଦେଇ ବର୍ତ୍ତମାନ ସମୟରେ କୃଷି ବିଜ୍ଞାନ ଓ ସେବା କ୍ଷେତ୍ରର ଆବଶ୍ୟକତା ବିଷୟରେ ଆଲୋଚନା କରିବା ସହ ମାଣ୍ଡିଆ ଜାତୀୟ ଶସ୍ୟର ବ୍ୟବହାର ବିଷୟରେ ଦୃଷ୍ଟିପାତ କରିଥିଲେ । ମହା ନିର୍ଦ୍ଦେଶକ ଡ. ଜଗଦୀଶ ପଣ୍ଡା, କୁଳପତି ଡ ଗୌତମ ଘୋଷ, ରେଜିଷ୍ଟ୍ରାର ଡ ଏନ ଭି ଜେ ରାଓ ଯୋଗ ଦେଇ ବିଶ୍ୱବିଦ୍ୟାଳୟର ବିଭିନ୍ନ ସଫଳତା ବିଷୟରେ କହିଥିଲେ । ଏହି ଅବସରରେ ଜାତୀୟ ସେବା ଯୋଜନାର ବାର୍ଷିକ ପୁସ୍ତିକା ପ୍ରୟାସ ର ଉନ୍ମୋଚନ କରାଯାଇଥିଲା । ପରିଶେଷରେ କାର୍ଯକ୍ରମର ଆବାହକ ଡ ବିଭୁ ପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

ଆଜି ସକାଳେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, କର୍ମଚାରୀ ମାନଙ୍କୁ ନେଇ ଏକ ମିନି ମାରାଥନ କାର୍ଯ୍ୟକ୍ରମ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ମଡେ଼ଲ ପ୍ରଦର୍ଶନ କରାଯାଇଛି । ଏହି ତିନିଦିନ ପ୍ରତ୍ୟେକ ସନ୍ଧ୍ୟାରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ୨୬ ତାରିଖରେ ପ୍ରଖ୍ୟାତ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆ ଓ ୨୭ ତାରିଖରେ ବଲିଉଡର ଗାୟିକା ଜ୍ୟୋତିକା ଟାଙ୍ଗିରିଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଉତ୍ସବ ନିମନ୍ତେ ପୂର୍ବରୁ ଛାତ୍ର ଛାତ୍ରୀ, କର୍ମଚାରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଆଜି ସେହି କୃତି ପ୍ରତିଯୋଗୀ ମାନଙ୍କୁ ଏହି ମଣ୍ଡପରେ ମାନପତ୍ର ସହ ସିଲ ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ।