ମାଣ୍ଡିଆକୁ ମିଳିଛି ସରକାରୀ ଓ ବେସରକାରୀ ସହାରା

0
268
ମାଣ୍ଡିଆକୁ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୭/୦୨) : ବହୁ ବର୍ଷ ପରେ ଗରିବ ର ଖାଦ୍ୟ ଭାବେ ପରିଚିତ ମାଣ୍ଡିଆକୁ ମିଳିଛି ନୂତନ ପରିଚୟ । ଏହି ଗରୀବ ର ଖାଦ୍ୟ ମାଣ୍ଡିଆ ତା’ର ପୁଷ୍ଟିଗତ ଗୁଣ ଯୋଗୁଁ ବିଶ୍ୱ ଦରବାରରେ ଚହଳ ପକାଇଛି ।

ମାଣ୍ଡିଆକୁ ମିଳିଛି ସରକାରୀ ଓ ବେସରକାରୀ ସହାରା । ଜନସାଧାରଣଙ୍କ ପୁଷ୍ଟିଗତ ସୁରକ୍ଷା ଦିଗକୁ ଅନୁଭବ କରି ଓଡିଶା ସରକାର ଏହି ପୁଷ୍ଟି ସଶ୍ୟର ପୁନରୁଦ୍ଧାର ପାଇଁ “ମିଲେଟ ମିଶନ ” ଯୋଜନା ଆରମ୍ଭ କରିଛନ୍ତି । ମାଣ୍ଡିଆ ଉତ୍ପାଦନ ଏବଂ ଏହାର ଉପୋଯୋଗିତାକୁ ବୃଦ୍ଧି କରିବା ଲକ୍ଷ୍ୟରେ ମିଳିତ ଜାତିସଂଘ, ଭାରତ ସରକାରଙ୍କ ନିର୍ଦ୍ଦେଶରେ ବର୍ଷ ୨୦୨୩କୁ “ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷ” ଭାବେ ଘୋଷଣା କରାଯାଇଛି । ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷକୁ ପାଳନ କରିବା ପାଇଁ ଗୁଣୁପୁରରେ ଅବସ୍ଥିତ ଜିଆଇଟି ବିଶ୍ଵବିଦ୍ୟାଳୟ ମାଣ୍ଡିଆ ଏବଂ ଏହାର ସାମାଜିକ ପ୍ରାସଙ୍ଗିକତା ସହିତ ଜଡିତ ଅନେକ କାର୍ଯ୍ୟକ୍ରମର ଆୟୋଜନ କରୁଅଛି । ଜିଆଇଟି ବିଶ୍ଵବିଦ୍ୟାଳୟ ଦ୍ଵାରା ଆୟୋଜିତ “ମିଲେଟ୍ସ ଇନୋଭେସନ୍ ଚ୍ୟାଲେଞ୍ଜ ଏବଂ ମିଲେଟ୍ସ ୱେବିନାର ସିରିଜ୍” ଠାରୁ ଅନେକ ସଫଳତା ପାଇବା ପରେ ଆମେ ଆଉ ଏକ ଆକର୍ଷଣୀୟ ପଦକ୍ଷେପ “ମିଲେଟ୍ସ ଫର୍ ୟୁ ଟୁ ଷ୍ଟେ ହେଲଥି” ସହିତ ଆସିଛୁ । ମିଲେଟ୍ସ ଫର୍ ୟୁ ଟୁ ଷ୍ଟେ ହେଲଥି (ମାଣ୍ଡିଆ ଉତ୍ପାଦ ଏବଂ ସେବା ପାଇଁ ଏକ ଗନ୍ତବ୍ୟସ୍ଥଳ) ।

ଚଳିତ ବର୍ଷ ୨୫ ଫେବୃୟାରୀ ରୁ ୨୭ ଫେବୃୟାରୀ ମଧ୍ୟରେ ଗୁଣୁପୁର ସହରରେ ଅବସ୍ଥିତ ଜିଆଇଟି ବିଶ୍ଵବିଦ୍ୟାଳୟର ଟେକ୍ନୋ- ସାଂସ୍କୃତିକ ଫେଷ୍ଟ (ସୃଜନ ୧.୦) ସମୟରେ ମାଣ୍ଡିଆ ଉତ୍ପାଦନ ଏବଂ ଏହା ଦ୍ୱାରା ସେବା ପ୍ରଦାନ କରିବା ପାଇଁ କୋରାପୁଟ ମାଣ୍ଡିଆ ହବ୍ ଦ୍ଵାରା ଗୋଟିଏ ଷ୍ଟଲ, ଷ୍ଟଲ ନମ୍ବର -୬୫ରେ ଆୟୋଜନ କରାଯାଇଛି । ଓଡ଼ିଶା ସରକାରଙ୍କ ଦ୍ଵାରା ଚାଲିଥିବା ବିଭିନ୍ନ ମିଲେଟ୍ସ ମିଶନ କାର୍ଯ୍ୟକ୍ରମରେ ଜିଆଇଟି ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମ ଅନ୍ୟତମ । ଏହି କାର୍ଯ୍ୟକ୍ରମ ଗୁଡ଼ିକ ବିଭିନ୍ନ ସରକାରୀ ଏବଂ ବେସରକାରୀ ମହଲରେ ଅନେକ ପ୍ରଶଂସା ସାଉଁଟିଛି । ଗରୀବର ଖାଦ୍ୟ ମାଣ୍ଡିଆ ବିଶ୍ୱ ଦରବାରରେ କେବେ ତାର ସ୍ଥିତି ଜାହିର କରିପାରୁଛି ଦେଖିବାକୁ ବାକି ରହିଲା ।